ମଣିପୁର ଗଣଦୁଷ୍କର୍ମ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏଭଳି ଘଟଣା ଘଟିବା ଏବଂ ଘଟଣାର ଭିଡିଓ ଭାଇରାଲ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ କହିଛନ୍ତି, ମହିଳାଙ୍କ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନିଅନ୍ତୁ । ଯଦି ସରକାର ବିଫଳ ହୁଅନ୍ତି, ତେବେ କୋର୍ଟ ପଦକ୍ଷେପ ନେବେ ବୋଲି ଚେତାଇ ଦେଇଛନ୍ତି । ମାସକ ତଳେ ଘଟଣା ଘଟିବା ପରେ ଏଭଳି ବର୍ବର ଓ ଲଜ୍ଜାଜନକ ଘଟଣାର ଭିଡିଓ ଭାଇରାଲ ହେବା ଆଦୌ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି ।