ବାପାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପୁଅ । ବାପା ବିଜେପିକୁ ଯାଇ ଖୁସି ନାହାଁନ୍ତି ବୋଲି ତାଙ୍କ ପୁଅ ତଥା ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଅନୁମାନ କରିଛନ୍ତି । ଯଦି ସୁପ୍ରିମୋ ଚାହିଁବେ ତାହା ହେଲେ ବାପା ନିଶ୍ଚିତ ବିଜେଡ଼ିକୁ ଫେରିବେ ବୋଲି ସମ୍ବିତ ଶୁକ୍ରବାର କହିଛନ୍ତି । ଶ୍ରୀ ରାଉତଙ୍କ ବିଜେଡିକୁ ଫେରିବା ପ୍ରଶ୍ନରେ ପୁଅ ସମ୍ବିତ କହିଛନ୍ତି ରାଜନୀତିରେ କୌଣସି କଥା ଅସମ୍ଭବ ନୁହେଁ । ଏଥିରେ ହାର୍‌ ଜିତ୍‌ର କିଛି ପ୍ରଭାବ ପଡ଼ି ନ ଥାଏ । ତେଣୁ ଯଦି ସୁପ୍ରିମୋ ଚାହିଁବେ ବାପା ବିଜେଡ଼ିକୁ ଫେରିପାରନ୍ତି ବୋଲି ପୁଅ ସମ୍ବିତ କହିଛନ୍ତି । ସୁଚନାଅନୁସାରେ, ଦଳ ବିରୋଧି ମନ୍ତବ୍ୟ ପାଇଁ ସଭାପତି ନବୀନ ପଟ୍ଟନାୟକ ଦାମଙ୍କୁ ବିଜେଡ଼ିରୁ ବହିଷ୍କୃତ କରିବା ପରେ ସେ ବିଜେପିରେ ଯୋଗ ଦେଇଥିଲେ । ସେ ଚଳିତ ନିର୍ବାଚନରେ ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲଢ଼ିଥିଲେ । ଏବଂ ପରାଜୟର ଶିକାର ହୋଇଥିଲେ । ଦାମ ବାବୁ ୩୭,୬୧୧ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ । ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ଦାମଙ୍କୁ ୬୬ହଜାର୨୦୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here