ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦେ୍ଦଶ୍ୟରେ କରିଥିଲେ ଶେଷ ଟ୍ୱିଟ୍ । ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିରେ ବେଶ୍ ଖୁସି ଥିଲେ ସୁଷମା । ଏହି ଦିବସକୁ ସେ ଦେଖିବା ଲାଗି ଜୀବନରେ ଆଶା କରିଥିଲେ ବୋଲି ରାତି ୭ଟା ୩୦ରେ ଶେଷ ଟ୍ୱିଟ୍ରେ ଦର୍ଶାଇଥିଲେ । ଜଣେ ଶ୍ରେଷ୍ଠ ରାଜନିତିଜ୍ଞ ଭାବେ ସେ କେନ୍ଦ୍ରସରକାରଙ୍କ ଜାମ୍ମୁକାଶ୍ମୀର ନୀତିର ପ୍ରସଂସକ ଥିଲେ । ଜୀବନର ଶେଷ କାଳରେ ସେ ଖୁସି ଖବର ଶୁଣି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ୧୯୯୬ ଜୁନ୍ ୧୧ରେ ଲୋକସଭାରେ ସୁଷମା ଜାମ୍ମୁ କାଶ୍ମୀରରୁ ୩୭୦ ଉଚ୍ଛେଦ କରିବା ସମ୍ପର୍କରେ ଭାଷଣ ଦେଇଥିଲେ । ତେବେ ଶେଷରେ ତାଙ୍କର ସ୍ୱପ୍ନ ସାକାର ହୋଇଥିଲା । ଜାମ୍ମୁ କାଶ୍ମୀର ପ୍ରତି ଥିବା ତାଙ୍କର ସ୍ୱତନ୍ତ୍ର ପ୍ରେମ ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ।

LEAVE A REPLY

Please enter your comment!
Please enter your name here