ରାଜ୍ୟରେ ଆଜି ୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ଥାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗଂଜାମର ସର୍ବାଧିକ ୪୦ କରୋନା ରୋଗୀ ସୁସ୍ଥ ହୋଇଥିବାବେଳେ, ଜଗତସିଂହପୁର ୫, ମୟୂରଭଞ୍ଜର ୪, ଭୁବନେଶ୍ୱରର ୩ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗିରର ୨ ଜଣ ଓ ସୁନ୍ଦରଗଡ଼, ବାଲେଶ୍ୱର, କେନ୍ଦ୍ରାପଡ଼ାର ଜଣେ ଲେଖାଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ୨୭୭ ଆକ୍ରାନ୍ତ ସୁସ୍ଥ ହେଲେଣି। ତେବେ ସବୁଠାରୁ ଆଶ୍ୱସ୍ତିର ଖବର, ୩ଜଣ ଆକ୍ରାନ୍ତ ଡିସ୍‌ଚାର୍ଜ ହେବାପରେ ଭୁବନେଶ୍ୱର ହୋଇଛି କରୋନା ମୁକ୍ତ ସହର। ସେହିପରି ଜଗତସିଂହପୁରର ୫ ଆକ୍ରାନ୍ତ ସୁସ୍ଥ ହେବା ପରେ ଜଗତସିଂହପୁର ମଧ୍ୟ କରୋନା ମୁକ୍ତ ଜିଲ୍ଲା ହୋଇପାରିଛି। ଆଜି ଚିହ୍ନଟ ହୋଇଥିବା ୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥିସହିତ କନ୍ଧମାଳରେ ପ୍ରବେଶ କରିଛି କରୋନା।

LEAVE A REPLY

Please enter your comment!
Please enter your name here