ଅଭିଭାବକଙ୍କ ଠାରୁ ଲିଖିତ ଅନୁମତି ଆଣିଲେ ପିଲାଙ୍କୁ କ୍ଲାସ ଅନୁମତି
ସ୍କୁଲ ବସ୍ ବଦଳରେ ଅଭିଭାବକ ପିଲାଙ୍କୁ ଛାଡିବେ
ପରୀକ୍ଷା ଭଳି କ୍ଲାସରେ ନିର୍ଦ୍ଦିଷ୍ଟ ସିଟ୍ ବ୍ୟବସ୍ଥା ହେବ
ସାମାଜିକ ଦୂରତା ପାଇଁ ଗୋଟିଏ ସିଟ୍ ଛାଡି ବସିବେ ଷ୍ଟୁଡେଣ୍ଟ
ଏବେ କୌଣସି ହଷ୍ଟେଲ ଖୋଲିପାରିବନି
ପ୍ରତି ସ୍କୁଲରେ ଆଇସୋଲେସନ ରୁମ୍ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ
ପ୍ରତି କ୍ଲାସରେ ୨୦ରୁ ୨୫ ଜଣ ପିଲାଙ୍କୁ ବସିବାକୁ ଅନୁମତି ମିଳିବ
ଗହଳି ଏଡାଇବାକୁ ରିସେସ୍ ଟାଇମ ଭିନ୍ନ ଭିନ୍ନ କରିବାକୁ ନିର୍ଦ୍ଦେଶ
ସ୍କୁଲ ଠାରୁ ୧୦୦ ମିଟର ଭିତରେ ବାହାର ଖାଦ୍ୟ ବିକ୍ରି ମନା
କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ ଖୋଲିପାରିବ
କଣ୍ଟେନମେଣ୍ଟ ଜୋନର କୌଣସି ଟିଚର୍, ଷ୍ଟୁଡେଣ୍ଟ ସ୍କୁଲ ଆସିବା ମନା
କଣ୍ଟେନମେଣ୍ଟ ଘୋଷଣା ହେଲେ ଖୋଲିଥିବା ସ୍କୁଲ ତୁରନ୍ତ ବନ୍ଦ ହେବ
ପାଇଖାନା ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲ ଖୋଲିପାରିବନି
କୌଣସି ପିଲାଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯିବ ନାହିଁ
କେବଳ ଅଭିଭାବକ ଏବଂ ପିଲା ରାଜିଥିଲେ ସ୍କୁଲ ଆସିପାରିବେ