ଶର୍ମିଷ୍ଠାଙ୍କ ଭୁବନେଶ୍ୱରରେ ଥିବା ଘରେ ରେଡ୍ କରିଛି ପୋଲିସ । ୱେବ ଚ୍ୟାନେଲର ମାଲିକାଣୀ ଶର୍ମିଷ୍ଠାଙ୍କ ଘରେ ଚାନ୍ଦବାଲି ପୋଲିସ ରେଡ୍ କରୁଛି । ଏୟାରଫିଲ୍ଡ ଥାନା ଅଞ୍ଚଳ ସ୍କାଏ ଟାୱାର ଆପାର୍ଟମେଣ୍ଟରେ ରେଡ୍ ଚାଲିଛି । ଶର୍ମିଷ୍ଠାଙ୍କ ଘର ଏବଂ ଅଫିସରେ ୩ ଜଣିଆ ପୋଲିସର ଟିମ୍ ରେଡ୍ କରୁଥିବାର ସୂଚନା ମିଳିଛି ।
ଅନ୍ୟପଟେ ପୋଲିସ ହେପାଜତରେ ଶର୍ମିଷ୍ଠାଙ୍କ ଭାଇ । ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କର ଭାଇକୁ ଧରିଛି ପୋଲିସ । ଶର୍ମିଷ୍ଠାର ଭାଇ ପରମେଶ୍ୱରକୁ କବଜାକୁ ନେଇଛି ପୋଲିସ । ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ରହି ଶର୍ମିଷ୍ଠାଙ୍କୁ ଫେରାର ପ୍ଲାନ୍ କରିଥିଲେ ପରମେଶ୍ୱର । ତେବେ ଶର୍ମିଷ୍ଠା ଏବେ କେଉଁଠି ସେ ସମ୍ପର୍କରେ ସୂଚନା ମିଳିପାରିନାହିଁ । ଶର୍ମିଷ୍ଠାଙ୍କ ଭାଇକୁ ଅଧିକ ପଚରାଉଚରା କଲେ ଭଉଣୀର ଗୁମର ଖୋଲିପାରେ ପରମେଶ୍ୱର ।

LEAVE A REPLY

Please enter your comment!
Please enter your name here