ବାଇକ ଚଲାଉଥିଲେ ବିଧାୟକ ସ୍ବରୁପ ଦାସ । ବାଇକ ପଛରେ ବସିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ବାଲେଶ୍ବରର ବିଭିନ୍ନ ସ୍କୁଲରେ କେମିତି ପାଠପଢା ଚାଲିଛି, ଯାଞ୍ଚ କରିବା ପାଇଁ ମନ୍ତ୍ରୀ, ବିଧାୟକ ଯାଉଥିଲେ । ମାତ୍ର ବାଇକରେ ଯିବା ବେଳେ ଏମିତି ଅସୁବିଧାରେ ପଡିବେ ବୋଲି ଜାଣି ନ ଥିଲେ । ବାଲେଶ୍ବର ହେମକାପଦା ଛକରେ ଚାଲିଥିଲା ହେଲମେଟ ଚେକିଂ । ଟ୍ରାଫିକ ହାବୁଡରେ ପଡିଯାଇଥିଲେ ମନ୍ତ୍ରୀ ଓ ବିଧାୟକ । ଦୁଇଜଣ ଯାକ ନେତା ବିନା ହେଲମେଟରେ ବାଇକରେ ଯାଉଥିଲେ । ଟ୍ରାଫିକ ପୋଲିସ ବାଇକ ମାଲିକଙ୍କ ନାଁରେ ଚାଲାଣ କାଟିବା ସହ ବାଇକ ଚଳାଉଥିବା ବିଧାୟକଙ୍କୁ 1 ହଜାର ଜୋରିମାନା କରିଥିଲା । ଟ୍ରାଫିକ ଥାନାରେ ପହଞ୍ଚି 1 ହଜାର ଟଙ୍କା ଜୋରିମାନା ଦେଇଥିଲେ ବିଧାୟକ ସ୍ବରୁପ ଦାସ ।

LEAVE A REPLY

Please enter your comment!
Please enter your name here