ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ସ୍ଥିତି ବେହାଲ । ଜାରି ରହିଛି ବର୍ଷା ବିତ୍ପାତ । ଗତକାଲି ବର୍ଷା ତାର ପୁଣି ତାଉ ଦେଖାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଏମ୍. ଭି-୯୬ ନାଳଠାରେ ରାସ୍ତା ଉପରେ ପ୍ରାୟ ୩ଫୁଟ ପାଣି ଚାଲିଛି । ଏଥିଯୋଗୁଁ ମାଲକାନଗିରିରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ପୋଲ ଉପରେ ବର୍ଷା ପାଣି ପ୍ରଭାବିତ ହେଉଥିବାରୁ ୩ ଖଣ୍ଡ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ । ଖଇରପୁଟ ବ୍ଲକ ସଦର ପଞ୍ଚାୟତର ୩ ଖଣ୍ଡ ଗ୍ରାମ ମାଝିଗୁଡା, କେନ୍ଦୁଗୁଡା ଓ ଗମ୍ଭାରୀଭଟ୍ଟା ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ବିଭିନ୍ନ ସ୍ଥାନରେ ଗ୍ରାମବାସୀ ପାଣି ଭିତରେ ଫସି ରହିଥିବା ସୂଚନା ମିଳିଛି I ଅନେକ ସ୍ଥାନରେ ବିପଦ ସଂକୁଳ ଅବସ୍ଥାରେ ଲୋକେ ଯାତାୟତ କରୁଥିବା ଦେଖିବାକୁ ମିଳିଛି । ୪ଦିନ ତଳେ ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଏକପ୍ରକାର ବିଚ୍ଛିନ୍ନ ହୋଇଯାଇଛି । ବର୍ଷା ଜାରି ରହିଥିବାରୁ ଜିଲ୍ଲାର ସମସ୍ତ ସ୍କୁଲକୁ ଦୁଇ ଦିନ ପାଇଁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। ଆଜି ଓ ଆସନ୍ତାକାଲି ଦୁଇ ପାଇଁ ଛୁଟି ଘୋଷଣା କରାଯାଇଛି।