ଗତ ରବିବାର ଦିନ ରିଲିଜ ହୋଇଛି ଏଆର ରହେମାନଙ୍କ ପ୍ରତିକ୍ଷିତ  ହକି ବିଶ୍ୱକପ୍ 2018ର ଅଫିସିଆଲ ଆନ୍ଥେମ “ଜୟ ହିନ୍ଦ ଜୟ ଇଣ୍ଡିଆ” . ବଲିଉଡ ବାଦଶାହ ଶାହରୁଖ ଖାନ, ଗିତୀକାର ଏ.ଆର ରେହମାନ ଓ କିଛି ବିଶିଷ୍ଟ ଭାରତୀୟ ହକି ଖେଳାଳିଙ୍କୁ ଏହି ଭିଡିଓରେ ଦେଖିବାକୁ ମିଳିଛି. 46 ସେକେଣ୍ଡର ଏହି ଗୀତଟିର ଲିରିକ୍ସ ଗୁଲଜାର ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ନିଜେ ଏ.ଆର ରହେମାନ. ଗୀତଟି ଯୁବପିଢ଼ିଙ୍କ ମଧ୍ୟରେ ଖେଳୁଆଡ଼ ମନୋବୃତି ସୃଷ୍ଟି କରାଇବା ସହ ଦେଶର ଏକତା, ପାଶ୍ଚ୍ୟାତ ଢାଞ୍ଚା ଗ୍ରହଣ ସତ୍ୱେ ମଧ୍ୟ ଆମର ପରମ୍ପରାକୁ ଦର୍ଶାଇଛି. ତେବେ ଏହାକୁ ନେଇ ରହେମାନ ନିଜେ ଟ୍ୱିଟର ମାଧ୍ୟମରେ ଗୀତଟିର ରିଲିଜ ବିଷୟରେ ଜଣାଇଥିଲେ. ହକି ବିଶ୍ୱକପ୍ ଓପନିଙ୍ଗ ସେରିମନି ନଭେମ୍ବର 27ରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବେଳେ  28ରେ  ବାରବାଟୀ ଷ୍ଟାଡିମୟରେ ରେହମାନଙ୍କ ସହ କିଙ୍ଗ ଖାନ ଶାହାରୁଖ୍ ତାଳରେ ତାଳ ମିଶାଇବେ ଏହି ଗୀତରେ. ଗୀତଟି ପୁରା ବିଶ୍ୱରେ ଆଦୃତ ହୋଇଥିବା ବେଳେ  ଗୀତଟିର ଭୂରି ଭୂରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୀତଟିର ଫୁଲ ଭର୍ସନ ପାଇଁ ସେ ଅପେକ୍ଷାରତ ବୋଲି ଟ୍ୱିଟ ମଧ୍ୟ କରିଛନ୍ତି. ଏହାର ଉତ୍ତରରେ ରେହମାନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଶା ଆସିବା ପାଇଁ ଅପେକ୍ଷାରତ ବୋଲି ଟ୍ୱିଟ କରଛନ୍ତି.

 

LEAVE A REPLY

Please enter your comment!
Please enter your name here