ଶେଷରେ ସର୍ବଦଳୀୟ ବୈଠକ ଡାକିବାକୁ ରାଜି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା 17 ତାରିଖ ଅପରାହ୍ନ ସାଢେ ପାଞ୍ଚଟାରେ ବିଧାନସଭାର ସମ୍ମିଳନୀ କକ୍ଷରେ ଏହି ସର୍ବଦଳୀୟ ବୈଠକ ବସିବ । ଭର୍ଚୁଆଲରେ ଏହି ବୈଠକ ଅନୁଷ୍ଠିତ ହେବ ଏବଂ ସବୁ ରାଜନୈତିକ ଦଳର ପ୍ରତିନିଧିମାନେ ଏଥିରେ ଯୋଗଦେଇ ରାଜ୍ୟରେ କରୋନା ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କ ମତ ଉପସ୍ଥାପନ କରିବେ । ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଥିବା ବେଳେ ଗତ ବୁଧବାର ଦିନ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସର୍ବଦଳୀୟ ବୈଠକ ଡାକିବାକୁ ପ୍ରସ୍ତାବ ଦେଇଥିଲେ । ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ସ୍ଥିତି ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି ବିଭିନ୍ନ ଦଳର ନେତାମାନେ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here