କେମିତି ଚାଲିଛି ସେବାଶ୍ରମ ସ୍କୁଲ. ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସିଥିବା ବେଳେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସେବାଶ୍ରମ ସ୍କୁଲର ଗୁଣାତ୍ମକତା ପରଖିବା ପାଇଁ ପହଞ୍ଚିଥିଲେ ରାୟଗଡା ସଦର ବ୍ଲକର ଭାକୁରଗୁଡ଼ା ସେବାଶ୍ରମରେ. ସେବାଶ୍ରମ ପିଲାଙ୍କ ସହ ପାଠପଢା ବିଷୟରେ ପଚାରିଥିଲେ. ଏମିତିକି ପିଲାଙ୍କ ଗହଣରେ ବସି ମଧ୍ୟାହ୍ନ ଭୋଜନ ବି କରିଥିଲେ. ମନ୍ତ୍ରୀଙ୍କ ଗହଣରେ ବସି ପିଲାଏ ବି ବେଶ୍ ଖୁସି ହୋଇଥିଲେ. ହେଲେ ପିଲାଙ୍କ ପାଖରେ ଟାଇମଟେବୁଲ ନଥିବା ଏବଂ କିଛି ପିଲାଙ୍କୁ ସେ କଂପୁଟର ବିଷୟରେ ପଚାରିବା ବେଳେ ସେମାନେ ଉତ୍ତର ଦେଇନପାରିବା ଘଟଣାରେ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ | ପରେ ରାୟଗଡା ସହର ଉପକଣ୍ଠରେ ଥିବା ପ୍ରେମ ପାହାଡ ବୁଲି ଦେଖିଥିଲେ ମନ୍ତ୍ରୀ ଜ୍ୟୋତିପ୍ରକାଶ | ଉକ୍ତ ପାହାଡ ଏବେ ଜିଲ୍ଲା ବାହାରର ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଥିବାରୁ ଏହାର ଉର୍ନ୍ନତି ପାଇଁ ପର୍ଯ୍ୟାୟ କ୍ରମେ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି | ସେହିପରି ପୁରୀ, କୋଣାର୍କ ଓ ଚିଲିକାର ପର୍ଯ୍ୟଟନ ବିକାଶ ଉପରେ ଯେମିତି ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି, ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ମଧ୍ୟ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି | ପରେ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପ ଉପରେ ସେ ସମୀକ୍ଷା କରିଥିଲେ |

LEAVE A REPLY

Please enter your comment!
Please enter your name here