ସ୍ମାର୍ଟସିଟି ଭୁବନେଶ୍ବରରେ କୋକେନ ବ୍ୟବସାୟ । ଚୁଡି ବ୍ୟବସାୟ ନାଁରେ ଚାଲିଥିଲା ନିଶା କାରବାର । ଦିଲ୍ଲୀରୁ ଭୁବନେଶ୍ବର ଆସୁଥିଲା କୋକେନ । ଆଉ ନିଶାଖୋରଙ୍କ ପାଖରେ ପହଞ୍ଚି ଯାଉଥିଲା ଏହି ଦାମୀ ନିଶାଦ୍ରବ୍ୟ । କୋକେନ ବ୍ୟବସାୟ କରୁଥିବା ରବି ଠାରୁ ମିଳିଛି ଦକ୍ଷିଣ ଆଫ୍ରିକା ନୋଟ୍ । କୋକେନ ରାକେଟର ଖୋଳତାଡ କରୁକରୁ ଏସଟିଏଫ ଟିମ୍ ପହଞ୍ଚିଛି ଭୁବନେଶ୍ବରରେ । ରବି ଠାରୁ ବିଦେଶୀ ନୋଟ୍ ମିଳିବା କୋକେନ ବେପାରର ଚେର ଭୁବନେଶ୍ବର ଯାଏଁ ଲମ୍ବିଥିବା ଜାଣିବାକୁ ପାଇଥିଲା ଏସଟିଏଫ । କୋକେନ ବେପାର ଅଭିଯୋଗରେ ଗିରଫ ହୋଇଥିବା ରବି ଓ ସନ୍ନିଙ୍କ ଚେର ଖୋଳୁଛି ଏସଟିଏଫ । ଭୁବନେଶ୍ବର ତାରିଣୀ ବସ୍ତିରେ ରହୁଥିବା ସନ୍ନିର ଶ୍ବଶୁର ମୂରଲୀଧର କହିଛନ୍ତି, ସନ୍ନିଙ୍କ ମାମୁ ପୁଅ ଭାଇ ହେଉଛନ୍ତି ରବି । ସନ୍ନିଙ୍କ ପରିବାର ଏଠାରେ ଭଡାରେ ରହୁଥିଲେ । ସନ୍ନି ଚୁଡି ବ୍ୟବସାୟ କରୁଥିଲେ । ତେବେ କୋକେନ କାରବାର ସଂପର୍କରେ ସେ କିଛି ଜାଣିନାହାଁନ୍ତି । ଏସଟିଏଫକୁ ମିଳିଥିବା ସୂଚନା ଅନୁଯାୟୀ 2023 ହକି ବିଶ୍ବକପ ପାଇଁ କୋକେନ ବ୍ୟବସାୟ କରିବାକୁ ଚାଲିଥିଲା ବଡଧରଣର ପ୍ରସ୍ତୁତି । ବିଦେଶୀ ଖେଳାଳି ଓ ହୋଟେଲଗୁଡିକ ସହ ଯୋଗାଯୋଗ କରି ସେମାନେ କୋକେନ ବ୍ୟବସାୟ କରିବାକୁ ପ୍ରସ୍ତୁତି କରୁଥିଲେ । ପୂର୍ବରୁ 2010ରେ କମନ ଓେଲ୍ଥ ଗେମ୍ସ ସମୟରୁ ରବି କୋକେନ ବ୍ୟବସାୟ କରିଆସୁଛି ।

LEAVE A REPLY

Please enter your comment!
Please enter your name here