ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଦ୍ୱିତୀୟ ଦିନ । ଭୁବନେଶ୍ୱର ୟୁନିଟ୍‌-୨ ବାଳିକା ବିଦ୍ୟାଳୟ ଯାଇଥିଲେ । ଏହି ସ୍କୁଲରେ ରାଷ୍ଟ୍ରପତି ସ୍କୁଲ ଜୀବନ କାଟିଥିଲେ । ୧୯୭୦ରୁ ୭୪ ଯାଏଁ ଏହି ସ୍କୁଲରେ ଅଷ୍ଟମରୁ ଏକାଦଶ ଯାଏ ପଢିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁୁ । ଆଜି ୟୁନିଟ୍‌-୨ ବାଳିକା ବିଦ୍ୟାଳୟ ପରିଦର୍ଶନ ସମୟରେ ସେ ପୁରୁଣା ଦିନର ସ୍ମୃତି ମନେପକାଇଛନ୍ତି । ନିଜ ସହପାଠୀଙ୍କ ସହ ଆଲୋଚନା କରିବା ସହିତ ଛାତ୍ରୀ ଜୀବନର ଅଭୁଲା ସ୍ମୃତିକୁ ମନେ ପକାଇଛନ୍ତି । ଏହି ଅବସରରେ ସେ ତାଙ୍କ ହଷ୍ଟେଲ ବେଡକୁ ମନେପକାଇ ବସିଥିଲେ । ହଷ୍ଟେଲ ସମୟରେ ସେ ଯାହା ସହ ରହୁଥିଲେ ଆଜି ସେ କାର୍ଯ୍ୟକ୍ରମରେ ନଆସିଥିବାରୁ ରାଷ୍ଟ୍ରପତି ଖୋଜିଥିଲେ ।

LEAVE A REPLY

Please enter your comment!
Please enter your name here