ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ଗୁଳିମାଡ ହୋଇଛି I ଇନଫୋସିଟି ଅଞ୍ଚଳରେ ଘଟିଛି ଏହି ଗୁଳିକାଣ୍ଡ I ଏଥିରେ ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତୀ କରଯାଇଛି I ତାଙ୍କର ଡାହାଣ ଜଙ୍ଘରେ ଗୁଳି ବାଜିଛି I ଦୁଇଜଣ ଦୁର୍ବୁତ୍ତ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି I ସୂଚନାମୁତାବିକ ଯୁବତୀଜଣକ ଭୁବନେଶ୍ବରରେ ଫ୍ୟାସନ ଡିଜାଇନର ଛାତ୍ରୀ ଅଟନ୍ତି I ଛାତ୍ରୀଙ୍କ ନାମ ସୋନାଲି ଏବଂ ସେ ବାଲେଶ୍ବର ଅ଼ଞ୍ଚଳର ବୋଲି ଜଣାପଡିଛି I ତାଙ୍କର ଜଣେ ପୁରୁଷ ବନ୍ଧୁ ସେହି ସମୟରେ ଉପସ୍ଥିତ ମଧ୍ୟ ଥିଲେ I ତେବେ ଗୁଳିକାଣ୍ଡର ଖୁଲାସା କରିଛି ପୋଲିସ I ଅପରାଧିକ ରେକର୍ଡ ଥିବା ପୁରୁଷ ବନ୍ଧୁ ସାଙ୍ଗରେ ବନ୍ଧୁକ ନେଇ ଆସିଥିଲେ I ବନ୍ଧୁକ କାଢି ଗାର୍ଲଫ୍ରେଣ୍ଡଙ୍କୁ ଦେଖାଉଥିବା ବେଳେ ଫୁଟିଥିଲା ବନ୍ଧୁକ I ପୋଲିସ ଛାତ୍ରୀଙ୍କ ପୁରୁଷ ବନ୍ଧୁ ଆଶିଷ ନାଏକକୁ ଗିରଫ କରିଛି I

LEAVE A REPLY

Please enter your comment!
Please enter your name here