ଆସୁଛି ପଶ୍ଚିମା ଝଡ । ଏହାର ପ୍ରଭାବରେ ଆସନ୍ତା ଫେବୃଆରୀ 3 ତାରିଖରୁ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିିଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ୍ କରି ପଶ୍ଚିମା ଝଡ ସଂପର୍କରେ ସତର୍କ କରାଇ ଦିଆଯାଇଛି । ଚଳିତବର୍ଷ ଶୀତଋତୁରେ ବର୍ଷା ହେବା ଯୋଗୁ ଚାଷୀ ଫସଲହାନୀଜନିତ କ୍ଷତି ସମ୍ମୁଖୀନ ହୋଇଛନ୍ତି ।
ରାଜ୍ୟ ମଧ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ବାୟୁ ପ୍ରବେଶ କରୁଥିବା କାରଣରୁ ରାଜ୍ୟରେ ଆହୁରି ଚବିଶ ଘଣ୍ଟା ଶୀତର ପ୍ରକୋପ ଅନୁଭୂତ ହେବ । ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୀତ ଲହରୀ ଅଧିକ ରହିଥିବାରୁ 10ଟି ସହରରେ ତାପମାତ୍ରା 10 ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ସବୁଠୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 6.2 ଡିଗ୍ରି ରହିଥିବା ବେଳେ କେନ୍ଦୁଝରରେ 6.4, ଦାରିଙ୍ଗିବାଡିରେ 7, ଝାରସୁଗୁଡାରେ 7.6, ସୋନପୁରରେ 7.9 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here