ହସ୍ପିଟାଲ ଭିତରେ ଜଣେ ନର୍ସଙ୍କୁ ଗଣଦୁଷ୍କର୍ମ I ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଛତିଶଗଡ ମନୀନ୍ଦ୍ରଗଡ ଜିଲ୍ଲା ଚିରିକିର ସ୍ୱାସ୍ଥ୍ୟକେନ୍ଦ୍ରରେ I ଦିନ ଦିପହର ବେଳେ ଚାରିଜଣ ଦୁର୍ବୃତ୍ତ ଏହି କାଣ୍ଡ କରିଛନ୍ତି I

ମିଳିଥିବା ସୂଚନା ଅନୁଯାୟୀ, ହସ୍ପିଟାଲରେ ଏକା କାର୍ଯ୍ୟରତ ଥିବା ବେଳେ ଚାରିଜଣ ଦୁର୍ବୃତ୍ତ ପଶିଥିଲେ ଏବଂ ପୀଡିତା ନର୍ସଙ୍କୁ ବାନ୍ଧିଦେଇ ଦୁଷ୍କର୍ମ କରିଥିଲେ I ଏମାନଙ୍କ ମଧ୍ୟରେ ଜଣେ ନାବାଳକ ବି ରହିଛି I ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କୁ କାହାକୁ ନ କହିବା ପାଇଁ ଧମକ ଦେଇଥିଲେ I ପୀଡିତା ଜଣକ ଘରେ କହିବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି I ପୋଲିସ ଦୁର୍ବୃତ୍ତଙ୍କୁ ଗିରଫ କରିଛି I ତେବେ ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦୁର୍ବୃତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି I

LEAVE A REPLY

Please enter your comment!
Please enter your name here