ହାଜତ ମୃତ୍ୟୁର ଅଶାନ୍ତି ଭିତରେ ବଦଳିଲେ ପୁରୀ ଏସପି ଅଖିଳେଶ୍ୱର ସିଂ । ଗତକାଲି ତାଙ୍କୁ କଟକ ସ୍ଥିତ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ କନୱର ବିଶାଲ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି । ସମ୍ବଲପୁର ଏସପି ଭାବେ କାର୍ଯ୍ୟ କରୁଥିଲେ କନୱର ବିଶାଲ । ସେହିପରି ପୁରୀ ବାସେଳୀ ସାହିର ସବଇନସ୍ପେକ୍ଟର ବିପ୍ଳବ କୁମାର ପ୍ରଧାନ ଓ ଅନ୍ୟ ଦୁଇ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏହି ୩ ଜଣଙ୍କୁ ନିଲମ୍ବିତ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ କନେଷ୍ଟବଳ ହେଲେ ଜଗନ୍ନାଥ ସ୍ୱାଇଁ ଏବଂ ବାବୁଲି ବେହେରା । ପୁରୀ ବାସେଳୀ ସାହି ପୋଲିସ ହେପାଜତରେ ଗୁରୁବାର ଜଣେ ଅଭିଯୁକ୍ତ କେ.ରମେଶଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ପୁରୀରେ ତୁମୁଳକାଣ୍ଡ ଘଟିଥିଲା । ଏପରିକି ବିଧାନସଭାଠୁ ଆରମ୍ଭ କରି ବଭିନ୍ନ ସ୍ତରରେ ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ଆଉ ସବୁ ଘଟଣା ଭିତରେ ପୁରୀ ଏସପି ଅଖିଳେଶ୍ୱର ସିଂଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here