ଢେଙ୍କାନାଳ ସଦର ରେଞ୍ଜ କମଳାଙ୍ଗ ଗାଁରେ ଏକକାଳୀନ ୭ଟି ହାତୀ ମୃତ୍ୟୁ ନେଇ ବନ ବିଭାଗ ଓ ବିଦ୍ୟୁତ ବିଭାଗ ଦୋଷ ଠେଲାଠେଲି ହୋଇଛନ୍ତି । ବନ ବିଭାଗ ସେସୁକୁ ଏଥିପାଇଁ ଦାୟୀ କରିଛି । ଏ ନେଇ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ଏକ ପ୍ରେସ୍‌ ବିବୃତ୍ତି ଜାରି କରିଛନ୍ତି । ସେପଟେ ଜଣେ ବିଦ୍ୟୁତ ବିଭାଗ ଇନସ୍ପେକ୍ଟରଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍‌ ଗଠନ କରାଯାଇ ତଦନ୍ତ କରାଯାଉଛି ବୋଲି ଶକ୍ତି ବିଭାଗ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି । ୨୦୧୩ରୁ ଏ ନେଇ ବିଦ୍ୟୁତ ବିଭାଗକୁ କୁହାଯାଇଛି ଯେ ସମସ୍ତ ହାତୀ ଚଳପ୍ରଚଳ ଅଂଚଳରେ ଯାଇଥିବା ବିଦ୍ୟୁତ ତାରକୁ କେବୁଲିଂ କରିବାକୁ କୁହାଯାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଇ ନାହାଁନ୍ତି । ଯାହାର ପରିଣାମ ନୀରିହ ହାତୀଙ୍କୁ ଭୋଗିବାକୁ ପଡ଼ିଛି । ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ଏମାମଲାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
ରିପୋର୍ଟ ଅନୁଯାୟୀ ୮ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ରାଜ୍ୟରେ ୬୦୦ ହାତୀଙ୍କ ମୃତ୍ୟୁ ହୋଇସାରିଛି । କୂଅରେ ପଡି ହେଉ କିମ୍ବା ବିଦ୍ୟୁତ ତାର ସଂସ୍ପର୍ଶରେ ହେଉ ହାତୀଙ୍କ ମୃତ୍ୟୁ ନିୟମିତ ଭାବେ ବଢି ଚାଲିଛି ।

LEAVE A REPLY

Please enter your comment!
Please enter your name here