ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସିବିଆଇ ମଧ୍ୟରେ ଚାଲିଥିବା ଲଢେଇକୁ ନେଇ ସୁପ୍ରିମକୋର୍ଟ ଆଜି ଶୁଣାଣୀ କରିଛନ୍ତି. କୋଲକାତା ସିଟି ପୋଲିସ କମିଶନର ରାଜୀବ କୁମାର, ଶାରଦା ଚିଟଫଣ୍ଡ ମାମଲାର ତଦନ୍ତରେ ସିବିଆଇକୁ ସହଯୋଗ କରିବାକୁ କୋର୍ଟ କହିଛନ୍ତି. ମେଘାଳୟର ସିଲଂ ସ୍ଥିତି ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ରାଜୀବ କୁମାରଙ୍କୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି. ତେବେ କମିଶନର ରାଜୀବ କୁମାରଙ୍କୁ ତଦନ୍ତକାରୀ ସଂସ୍ଥା ସିବିଆଇ ଗିରଫ କରିପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି. ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଥିଲେ. ସିବିଆଇ ପକ୍ଷରୁ ଦାଖଲ କରାଯାଇଥିବା ଅଦାଲତ ଅବମାନନା ମାମଲାରେ ଫେବୃଆରୀ 18 ତାରିଖ ସୁଦ୍ଧା ଜବାବ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟଶାସନ ସଚିବ ଓ ପୋଲିସ ଡିଜିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି. ସୁପ୍ରିମକୋର୍ଟଙ୍କ ରାୟକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବାଗତ କରିଛନ୍ତି. ଏହାକୁ ସେ ବଙ୍ଗ ବିଜୟ ଓ ନୈତିକତାର ବିଜୟ ଭାବେ ଅଭିହିତ କରିଛନ୍ତି.

 

LEAVE A REPLY

Please enter your comment!
Please enter your name here