ଢେଙ୍କାନାଳ ଜିଲା କମଳାଙ୍ଗ ଗାଁ ପାଖରେ ବିଦ୍ୟୁତ ତାର ଲାଗି ୭ ହାତୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ୍‌ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ଢେଙ୍ଗାନାଲ ଜିଲା କମଳାଙ୍ଗ ଗ୍ରାମରେ ରେଳବାଇ ପୋଲ କାମ ପାଇଁ ସେସୁ ଟାଣିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କ ମୃତ୍ୟୁ ହୋଇଥିଲା। ମୃତ ହାତୀଙ୍କ ମଧ୍ୟରେ ଥିଲେ ୫ଟି ମାଇ ହାତୀ, ଗୋଟିଏ ଦନ୍ତା ଓ ଗୋଟିଏ ଛୁଆ ହାତୀ । ଘଟଣାରେ ବନ ବିଭାଗ କାର୍ଯ୍ୟରେ ଅବହେଳା ପାଇଁ ୩ କର୍ମଚାରୀଙ୍କୁ ନିଲମ୍ବିତ କରିଛି।

LEAVE A REPLY

Please enter your comment!
Please enter your name here