ତିତଲିର ପ୍ରଭାବରେ ଅସ୍ତବ୍ୟସ୍ତ ଗଜପତି ଜିଲ୍ଲା । ପରିସ୍ଥିତିକୁ ସୁଧାରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଭାବିତଙ୍କୁ ପ୍ରଥମ କରି 300 କୋଟି ଟଙ୍କା ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏସଆରସି । ପ୍ରଭାବିତଙ୍କ ଖାତାକୁ ସିଧାସଳଖ ଯିବ ପଇସା । ଏ ସଂପର୍କରେ  ଟ୍ୱିଟ୍ କରି ଜଣାଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ । ପ୍ରଦାନ କରାଯାଇଥିବା ସହାୟତା ରାଶିକୁ  ସଠିକ୍ ଭାବେ ବିତରଣ କରାଯିବା ପାଇଁ ଜିଲ୍ଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ତିତଲି କ୍ଷୟକ୍ଷତି ଆକଳନ ଓ ସମୀକ୍ଷା ପାଇଁ ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ ।

LEAVE A REPLY

Please enter your comment!
Please enter your name here