ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ୪୯ତମ ସଂସ୍କରଣରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ମନେପକାଇଛନ୍ତି. ସର୍ଦ୍ଦାର ପଟେଲ କଠିନ ପରିସ୍ଥିତିରେ କିଭଳି ଦେଶକୁ ସମ୍ଭାଳିଥିଲେ ଏବଂ ଦେଶକୁ ଏକତା ସୂତ୍ରରେ ବାନ୍ଧିବା ପାଇଁ କିଭଳି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଥିଲେ, ତାର ସ୍ମୃତିଚାରଣ କରିଛନ୍ତି. ଏହି ପରିପ୍ରେକ୍ଷୀରେ ମୋଦୀ ଅକ୍ଟୋବର ୩୧ ତାରିଖ ସର୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ଜନ୍ମଦିନରେ ରନ୍ ଫର୍ ୟୁନିଟିରେ ଭାଗ ନେବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି. ପ୍ରତିବର୍ଷ ଭଳି ଆମ ଦେଶର ଯୁବକ ‘ଏକତା ଲାଗି ଦୌଡ଼’ ପାଇଁ ପ୍ରସ୍ତୁତ. ଯେତେ ଅଧିକ ସଂଖ୍ୟକ ସମ୍ଭବ ‘ଏକତା ଲାଗି ଦୌଡ଼’ରେ ଅଂଶ ଗ୍ରହଣ କରିବାକୁ ମୁଁ ପ୍ରତ୍ୟେକଙ୍କୁ ନିବେଦନ କରୁଛି ବୋଲି କହିଛନ୍ତି. ଏସୀୟ ପାରା ଗେମ୍‌ସ୍‌ରେ ଅଂଶ ଗ୍ରହଣ କରି ପଦକ ଜିଣିଥିବା ଖେଳାଳିମାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି. ସେ କହିଛନ୍ତି: ଜାକର୍ତ୍ତା ଠାରେ ଅନୁଷ୍ଠିତ ଏସୀୟାନ୍‌ ପାରା ଗେମ୍‌ସ୍‌ରେ ଅଂଶଗ୍ରହଣ କରିଥିବା ପ୍ରତିଭାବାନ୍‌ ଖେଳାଳିମାନଙ୍କୁ ମୁଁ ଭେଟିବାର ସୁଯୋଗ ପାଇଥିଲି. ୭୨ଟି ପଦକ ଜିଣି ଭାରତ ଏହି ଖେଳରେ ରେକର୍ଡ ସୃଷ୍ଟି କରିଛି. ଭୁବନେଶ୍ୱର ଠାରେ ନଭେମ୍ବର ୨୮ ରୁ ଡିସେମ୍ବର ୧୬ ଆୟୋଜନ କରାଯାଉଥିବା ପୁରୁଷ ହକି ବିଶ୍ୱ କପ ଭାରତ ପାଇଁ କ୍ରୀଡା କ୍ଷେତ୍ରରେ ଆଉ ଏକ ଗୌରବ ମୟ ସୃଷ୍ଟି କରିବ ବୋଲି ମୋଦୀ କହିଛନ୍ତି .

LEAVE A REPLY

Please enter your comment!
Please enter your name here