ଚଳିତ ନିର୍ବାଚନରେ ବିଜେଡି, ବିଜେପି ଏବଂ କଂଗ୍ରେସର ବହୁ ବରିଷ୍ଠ ନେତା ପରାଜୟର ସାମ୍ନା କରିଛନ୍ତି । ରାଜ୍ୟରେ ଫେଲ ମାରିଯାଇଛି ମୋଦୀ ହାୱା । ପୁଣି ଥରେ ସମସ୍ତ କଳ୍ପନାଜଳ୍ପନାକୁ ପଛରେ ପକାଇ ଲଗାତାର ପଂଚମଥର ପାଇଁ ବିଜୁ ଜନତା ଦଳ ଓଡିଶାରେ ସରକାର ଗଠନ କରିବାକୁ ଯାଉଛି । କିନ୍ତୁ ବିଜୁ ଜନତା ଦଳର ଏକ ଟାଣୁଆ ଯୁବ ନେତା ଭାବେ ସଂଜୟ ଦାସବର୍ମା ପରାସ୍ତ ହୋଇଛନ୍ତି । ସେ ଲୁଲୁ ମହାପାତ୍ରଙ୍କ ଭାଇ ତଥା ବିଜେପି ପ୍ରାର୍ଥୀ ଲଲିତେନ୍ଦୁ ବିଦ୍ୟାଧାର ମହାପାତ୍ରଙ୍କ ଠାରୁ ପରାସ୍ତ ହୋଇଛନ୍ତି । ସେହିପରି ପୁରୀରୁ ଲଗାତାର ବିଧାୟକ ହୋଇଥିବା ବିଜେଡି ପ୍ରାର୍ଥୀ ମହେଶ୍ୱର ମହାନ୍ତି ପରାସ୍ତ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ଜୟନ୍ତ କୁମାର ଷଡଙ୍ଗୀଙ୍କଠାରୁ ପରାସ୍ତ ହୋଇଛନ୍ତି । ବିଜେପିର ଟାଣୁଆ ନେତା କେଭି ସିଂଦେଓ, ଦାମଦୋର ରାଉତ, ସୁରମା ପାଢୀ, ପୃଥ୍ୱୀରାଜ ହରିଚନ୍ଦନ, ବାବୁ ସିଂ, ଜଗନ୍ନାଥ ପ୍ରଧାନ, କାଳନ୍ଦୀ ସାମଲ, ରବି ନାଏକ, ଅଭିନେତ୍ରୀ ଅପରାଜିତା ମହାନ୍ତି, ପିଙ୍କି ପ୍ରଧାନ, ବିଶ୍ୱ ମଲ୍ଲିକ, ଅମର ନାୟକ, ରାଧାରାଣୀ ପଣ୍ଡା, ମନମୋହନ ସାମଲ ପରାଜୟ ହୋଇଛନ୍ତି । କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଉଭୟ ଘସିପୁରା ଏବଂ ଭଣ୍ଡାରିପୋଖରୀ ଆସନରୁ ପରାସ୍ତ ହୋଇଛନ୍ତି । ସେହିପରି ଜୟଦେବ ଜେନା, ଅଶ୍ୱିନୀ ପୁଜାହାରୀ, ଶରଦ ରାଉତ, ଗଣେଶ୍ୱର ବେହେରା, ଅଂଶୁମାନ ମହାନ୍ତି, ଦେବେନ୍ଦ୍ର ଶର୍ମା ଆଦି ପରାସ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here