କେନ୍ଦ୍ରରେ ପୁଣି କ୍ଷମତାସୀନ ହେଲା ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ. ୫୪୨ ଆସନରୁ ବିଜେପି ମେଣ୍ଟ ୩୪୮ ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ମିଳିଛି ମାତ୍ର ୯୧ ଆସନ. ମେଣ୍ଟ ବାହାରେ ଥିବା ଅନ୍ୟ ଦଳମାନେ ୧୦୩ଟି ଆସନରେ ବିଜୟ ସ୍ଥିତି ଜାହିର କରିଛନ୍ତି. ୮୦ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ବିଜେପି ମେଣ୍ଟକୁ ୬୦ ଆସନ ମିଳିଥିବା ବେଳେ ମହାରାଷ୍ଟ୍ରରେ ୪୮ ଆସନରୁ ୪୧ ଏବଂ ବିହାରରେ ୪୦ରୁ ୩୯ ଆସନରେ ବିଜୟ ସମ୍ଭାବନା ନିଶ୍ଚିତ କରିଛନ୍ତି. ସେହିପରି ଦିଲ୍ଲୀରେ ବିଜେପି ମେଣ୍ଟକୁ ୭ , ଗୁଜୁରାଟରେ ୨୬ , ହରିୟାଣାରେ ୧୦, ହିମାଚଳପ୍ରଦେଶରେ ୪, ଝାରଖଣ୍ଡରେ ୧୨ , କର୍ଣ୍ଣାଟକରେ ୨୬, ମଧ୍ୟପ୍ରଦେଶରେ ୨୮,ରାଜସ୍ଥାନରେ ୨୫, ଓଡିଶାରେ ୭ , ପଶ୍ଚିମବଙ୍ଗରେ ୧୮ , ଉତ୍ତରାଖଣ୍ଡରେ ୫ଟି ଲୋକସଭା ଆସନରେ ସ୍ଥିତି ସୁଦୃଢ କରିଛି । ଆନ୍ଧ୍ରପ୍ରଦେଶ , କେରଳ , ମେଘାଳୟ, ମିଜୋରାମ , ପୁଡୁଚେରୀ, ସିକ୍କିମ ରାଜ୍ୟରେ ବିଜେପି ମେଣ୍ଟ ଖାତା ଖୋଲିବାରେ ସକ୍ଷମ ହୋଇନାହାଁନ୍ତି । ତେବେ ଗୁଜୁରାଟ, ହରିୟାଣା, ହିମାଚଳପ୍ରଦେଶ,ରାଜସ୍ଥାନ ପ୍ରମୁଖ ରାଜ୍ୟ ଗୁଡିକରେ ବିଜେପିକୁ ଶତପ୍ରତିଶତ ସଫଳତା ମିଳିଛି ।

LEAVE A REPLY

Please enter your comment!
Please enter your name here