ଆଜି ସାରା ରାଜ୍ୟରେ ହୋଲିର ଆନନ୍ଦ I ରଙ୍ଗର ପର୍ବ ହୋଲିରେ ଉତ୍ସବ ମୁଖର ଓଡିଶା I ସକାଳୁ ସକାଳୁ ହାତରେ ରଙ୍ଗ ଧରି ସାଙ୍ଗସାଥି, ପ୍ରିୟଜନଙ୍କୁ ରଙ୍ଗାୟିତ କରିଛନ୍ତି ସମସ୍ତେ I ଅନ୍ୟର ମୁହଁକୁ ରଙ୍ଗରେ ରଙ୍ଗୀନ କରିବାର ଖୁସିରେ ବିଭୋର ସମସ୍ତେ I ରଙ୍ଗ ଖେଳିବାର ଆନନ୍ଦ ଭିତରେ ପଣା ଓ ମିଠା ଖାଇବାର ଭରପୁର ମଜା ନେଇଛନ୍ତି ସମସ୍ତେ I

ମନ୍ତ୍ରୀ, ବିଧାୟକ, ନେତାମାନେ ସମର୍ଥକଙ୍କ ଗହଣରେ ହୋଲି ଖେଳିଛନ୍ତି I ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ I
ହୋଲି ଏମିତି ଏକ ପର୍ବ, ଜାତି, ଧର୍ମ, ସମ୍ପ୍ରଦାୟ ସମସ୍ତଙ୍କୁ ଏକାଠି କରିଦିଏ I ଭାଇଚାରାର ସଂପ୍ରୀତି ସୃଷ୍ଟି କରେ ଏହି ପର୍ବ I

LEAVE A REPLY

Please enter your comment!
Please enter your name here