ହ୍ବାଇଟ ହାଉସରେ ଦୀପାବଳି ପାଳନ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏହି ଅବସରରେ ହ୍ବାଇଟ୍ ହାଉସରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ ବାଇଡେନ୍ । ପ୍ରଥମଥର ପାଇଁ ହ୍ବାଇଟ୍ ହାଉସରେ ଏଭଳି ଦୀପାବଳି ଉତ୍ସବ ଆୟୋଜନ କରାଯାଇଥିଲେ । ଆମେରିକା ପ୍ରଶାସନରେ ଥିବା ଭାରତୀୟ ଆମେରିକୀୟ ଓ ଏସୀୟ ଆମେରିକୀୟମାନଙ୍କୁ ବାଇଡେନ ସ୍ବାଗତ କରିବା ସହ ଦୀପାବଳି ଅଭିନନ୍ଦନ ଜଣାଇଥିଲେ । ବିଶେଷକରି ଆମେରିକାରେ ଦୀପାବଳି ପାଳନ କରୁଥିବା ଲକ୍ଷ ଲକ୍ଷ ହିନ୍ଦୁ, ଜୈନ, ଶିଖ୍ ଓ ବୌଦ୍ଧ ଧର୍ମାବଲମ୍ବିଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇଛନ୍ତି ବାଇ଼ଡେନ । ଦୀପାବଳି ପରଂପରା ଆମେରିକୀୟ ସଂସ୍କୃତି ସହ ଯୋଡି ହୋଇଯାଇଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି । ଏହି ଅବସରରେ ହ୍ବାଉଟ ହାଉସରେ ନୈଶଭୋଜି ଆୟୋଜନ କରାଯାଇଥିଲା । ପ୍ରଥମ ମହିଳା ଜିଲ୍ ବାଇଡେନ୍ ଓ ଉପରାଷ୍ଟ୍ରପତି କମଳା ହାରିସ୍ ଅତିଥିମାନଙ୍କୁ ଆପ୍ୟାୟିତ କରିଥିଲେ । ଦୀପାବଳି ଅଭିନନ୍ଦନ ଜଣାଇ କମଳା ହାରିସ୍ କହିଛନ୍ତି, ହ୍ବାଇଟ ହାଉସ୍ ଆମେରିକୀୟଙ୍କ ହାଉସ୍ ଏବଂ ପ୍ରତିଟି ଆମେରିକୀୟ ସମ୍ମାନର ସହ ସେମାନଙ୍କ ପରଂପରା ପାଳନ କରିବାର ଅଧିକାର ରହିଛି ।

ମିଠା ଖାଇ, ବାଣ ଫୁଟେଇ, ଦୀପ ଲଗେଇ ଆମେରିକୀୟମାନେ ଆନନ୍ଦ ଉଲ୍ଲାସର ସହ ଆଲୋକର ପର୍ବ ଦୀପାବଳି ପାଳନ କରିବା ଆମେରିକା ଇତିହାସରେ ଏକ ନୂଆ ପରଂପରା ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here