ମାହାଙ୍ଗାର ବିଜେପି ନେତା ତଥା ପୂର୍ବତନ ବ୍ଲକ ଅଧକ୍ଷ୍ୟ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାରେ ୧୨ ଜଣଙ୍କ ନାଁରେ ଦିଆଯାଇଛି ଏତଲା । ମୃତ କୁଳମଣି ବରାଳଙ୍କ ପୁଅ ଏନେଇ ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି । ଘରକୁ ଫେରୁଥିବା ସମୟରେ ଏହି ୧୨ ଜଣ ତାଙ୍କ ବାପାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ତନାଘନା କରୁଥିବାବେଳେ ବିଜେପିର ନେତାମାନେ ଘଟଣାସ୍ଥଳରେ ପହଁଞ୍ଚିଛନ୍ତି । ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାରୁ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଗତକାଲି ରାତି ୭ଟା ପାଖାପାଖି କୁଳମଣି ଓ ତାଙ୍କ ସହଯୋଗୀ ଏକ ବାଇକରେ ଜଁକୋଟି ଗ୍ରାମ ଦେଇ ନିଜ ଘରକୁ ଫେରୁଥିଲେ । ଜଁକୋଟି ବ୍ରାହ୍ମଣ ସାହି ନିକଟରେ ୬ ଜଣରୁ ଅଧିକ ଦୁର୍ବୃତ୍ତ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ପୂର୍ବତନ ବ୍ଲକ ଅଧକ୍ଷ୍ୟ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ବାଇକରୁ ତଳେ ପଡିଯିବାପରେ ତାଙ୍କ ମୁହଁ ଏବଂ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତମାନେ । ଏହାପରେ ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସହଯୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here