ପ୍ରଥମେ ଭୁବନେଶ୍ୱର, ପରେ ବାରିପଦା । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ପଶ୍ଚିମ ଓଡିଶା । ଆସନ୍ତା ୧୫ ତାରିଖରେ ସେ ବଲାଙ୍ଗିର ଓ ଝାରସୁଗୁଡା ଗସ୍ତରେ ଆସୁଛନ୍ତି ।
ମୋଦି ୧୫ ତାରିଖ ସକାଳ ସାଢ଼େ ୬ଟାରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ବଲାଙ୍ଗିର ଯିବେ । ୧୦ଟା ୪୦ରେ ବଲାଙ୍ଗିର ରେଳ ଷ୍ଟେସନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ।

ସେଠାରୁ ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ପଥରଚେପା ଯାଇ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ । ପଥରଚେପାରେ ସାଢ଼େ ୧୨ଟାରେ ସଭା ସରିବା ପରେ ପ୍ରଧାନମନ୍ତ୍ରୀ ସେଠାରୁ ଝାରସୁଗୁଡ଼ା ଯିବେ ଏବଂ ସେଠାରୁ ମଧ୍ୟାହ୍ନ୧.୪୫ ମିନିଟ୍‌ରେ କେରଳର ତିରୁଅନନ୍ତପୁରମ୍‌ ଅଭିମୁଖେ ଯାତ୍ରା କରିବେ ।

LEAVE A REPLY

Please enter your comment!
Please enter your name here