ଶେଷ ହେବାକୁ ଯାଉଛି ବର୍ଷ ୨୦୨୦ । ୨୦୨୧ ବର୍ଷ କେମିତି କଟିବ, ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ଏହି ସମୟରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଆଲୋଡନ ସୃଷ୍ଟି କରିଛି । ୨୦୨୧ ରେ ସମସ୍ତଙ୍କ ପାଇଁ ବିପଦ ରହିଛି ବୋଲି ସେ କହିଛନ୍ତି । ବୁଲଗେରିଆରେ ଜନ୍ମିତ ଅନ୍ଧ ଭବିଷ୍ୟଦବକ୍ତା ବାବା ଭେଙ୍ଗା ଏହି ସଙ୍କେତ ଦେଇଛନ୍ତି । ଭେଙ୍ଗାଙ୍କ ମତରେ ଏହି ବର୍ଷ ବିଶ୍ୱ ପାଇଁ ଅତ୍ୟନ୍ତ ଖରାପ ରହିବ । ଅଜ୍ଞାତ ରୋଗର ଶୀକାର ହେବେ ମାନବ ସମାଜ । ବାବା ଭେଙ୍ଗା ଦାବି କରିଛନ୍ତି ଯେ, ବଡ ଡ୍ରାଗନ ପୁରା ମାନବ ଜାତିକୁ ନିଜ କବଳକୁ ନେଇଯିବ । କିଛି ଲୋକଙ୍କ ପାଖରେ ଲାଲ ଧନ ରହିବ । ସେହିପରି ୨୦୨୧ରେ ସାରା ବିଶ୍ୱ କ୍ୟାନସର ଭଳି ରୋଗରୁ ମୁକ୍ତି ପାଇବ । ତେବେ ନୂଆ ବର୍ଷ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଅତ୍ୟନ୍ତ ଖରାପ ହେବାକୁ ଯାଉଛି । ଅଜ୍ଞାତ ରୋଗ ଟ୍ରମ୍ପଙ୍କୁ ମାଡି ବସିବ । ଏହି ରହସ୍ୟମୟ ରୋଗ ଯୋଗୁ ତାଙ୍କର ଶ୍ରବଣ କ୍ଷମତା ନଷ୍ଟ ହୋଇଯିବ । ୟୁରୋପର ଅର୍ଥନୀତି ହ୍ରାସ ପାଇବ। ସହ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ କରାଯିବା ନେଇ ମଧ୍ୟ ସେ ଭବିଷ୍ୟବାଣୀ କରିଛନ୍ତି । ପୁଟିନଙ୍କୁ ହତ୍ୟା କରିବା ପାଇଁ ତାଙ୍କ ଦେଶ ଭିତରେ ବାରମ୍ବାର ଉଦ୍ୟମ କରାଯିବା ସହ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେବ । ଅନ୍ୟପକ୍ଷରେ ଭାରତ ପାଇଁ ଆସନ୍ତାବର୍ଷ ଶୁଭଫଳ ଦେବ । ଅର୍ଥନୈତିକ ଅଭିବୃଦ୍ଧି ସହ ଦେଶ ବିକଶିତ ହେବ । ମାତ୍ର ଇସଲାମିକ ମୌଳବାଦୀମାନେ ୟୁରୋପୀୟ ଦେଶ ଉପରେ ଆକ୍ରମଣ କରିବେ ବୋଲି ବାବା ଭେଙ୍ଗା କହିଛନ୍ତି । ସେ ଦାବି କରିଛନ୍ତି, ମଣିଷ ଆସନ୍ତା ୨୦୦ ବର୍ଷ ମଧ୍ୟରେ ଏଲିଏନ୍ସ ମାନଙ୍କ ସହ ସଂପର୍କ ପ୍ରତିଷ୍ଠା କରିବାରେ ସକ୍ଷମ ହେବ ଏବଂ ଅନ୍ୟ ଗ୍ରହରେ ଜୀବନ ସମ୍ଭବ ହୋଇପାରିବ । ସୂଚନାଯୋଗ୍ୟ ବାବା ଭେଙ୍ଗା ପୂର୍ବରୁ ଅନେକ ଭବିଷ୍ୟବାଣୀ କରିସାରିଛନ୍ତି । ୧୨ ବର୍ଷ ବୟସରେ ବାବା ଭେଙ୍ଗା ହଠାତ୍ ନିଜ ଆଖି ହରାଇଥିଲେ । ଏହା ପରେ ଦାବି କରାଯାଇଥିଲା ଯେ ଭଗବାନ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି ଏବଂ ସେ ଭବିଷ୍ୟତ ଦେଖି ପାରିବେ । ତା’ପରେ ସେ ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ସତ୍ୟରେ ପରିଣତ ହୋଇଛି । ବାବା ଭେଙ୍ଗା ମଧ୍ୟ ଆଇଏସଆଇଏସର ଶକ୍ତି ବୃଦ୍ଧି ନେଇ ଭବିଷ୍ୟବାଣୀ କରିଛନ୍ତି । ଆମେରିକାର ୪୪ ତମ ରାଷ୍ଟ୍ରପତି ଜଣେ ଆଫ୍ରିକୀୟ-ଆମେରିକୀୟ ହେବେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here