ଅନ୍ଧାର ରାତି, ଛାତିରେ ଛନକା । ଭୋଟର ଗ୍ରହଣ ସରିବା ପରେ ନିର୍ବାଚନ ସାମଗ୍ରୀ ଧରି ପାହାଡି ରାସ୍ତାରେ ୧୫ କିଲୋମିଟର ଚାଲି ଚାଲି ଆସିଲେ ପୁଲିଂ କର୍ମଚାରୀ । ଏମିତି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀରେ । ଅଣ୍ଡରହାଲ, ମୁଦୁଲିପଡା, ବଡ ଡୁରାଲ ପଞ୍ଚାୟତର ୬ଟି ବୁଥ୍ରେ ହୋଇଥିଲା ନିର୍ବାଚନ । ନିର୍ବାଚନ କରାଇ ନଦେବା ପାଇଁ ମାଓବାଦୀଙ୍କ ଧମକ ସତ୍ତ୍ୱେ ସୁରୁଖୁରରେ ସରିଥିଲା ଭୋଟ ଗ୍ରହଣ । ମାତ୍ର ଭୋଟ ସରିବା ପରେ ପୁଲିଂ କର୍ମଚାରୀଙ୍କୁ ଘାଟି ରାସ୍ତାରେ ଚାଲି ଚାଲି ଆସିବାକୁ ପଡିଥିଲା । ମାଓବାଦୀଙ୍କ ଆକ୍ରମଣକୁ ନଜରରେ ରଖି ଯବାନମାନେ ପୁଲିଂ କର୍ମଚାରୀଙ୍କୁ ଚଲାଇ ଚଲାଇ ଆଣିବାକୁ ଉଚିତ ମନେ କରିଥିଲେ । ମାତ୍ର ୫ କିଲୋମିଟର ଚାଲିବା ପରେ ରାତି ହୋଇଯିବାରୁ ମୁଦୁଲିପଡା ଘାଟିରେ ଟେଣ୍ଟଲଗାଇ ପୁଲିଂ କର୍ମଚାରୀ ଓ ଯବାନଙ୍କୁ ରାତି କଟାଇବାକୁ ପଡିଥିଲା । ଦୁଇ ଖଣ୍ଡ ଲେଖା ପାଉଁରୁଟି ଓ ପାଣି ପିଇ ରାତି କାଟିବା ପରେ ପୁଣି ୧୫ କିଲୋମିଟର ଚାଲି ଚାଲି ଖଇରପୁଟରେ ପହଁଞ୍ଚିଥିଲେ । ସେଠାରୁ ଗାଡି ଯୋଗେ ମାଲକାନଗିରି ଯାଇଥିଲେ । ତେବେ ମାଓବାଦୀଙ୍କ ଆକ୍ରମଣ ଭୟ ଭିତରେ ନିର୍ବାଚନ କର୍ମଚାରୀ ଓ ଅଧିକାରୀଙ୍କ ସାହାସକୁ ସବୁ ମହଲରେ ପ୍ରଶଂସା କରାଯାଇଛି

LEAVE A REPLY

Please enter your comment!
Please enter your name here