ପୁଣି କାଳିଆ ନାଁରେ ଆଉ ଏକ ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. କେନ୍ଦୁଝରରେ ଚାଷୀ ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ଦିଆଯାଉଥିବା ବେଳେ ଏବେ କାଳିଆ ଯୋଜନାର ହିତାଧିକାରୀଙ୍କ ପରିବାରର ପିଲାମାନଙ୍କୁ ବୃତ୍ତି ଦେବାକୁ ଘୋଷଣା କରିଛନ୍ତି. ଏହି ଯୋଜନାରେ ଚାଷୀ ପରିବାରର ପିଲାମାନଙ୍କୁ ଧନ୍ଦାମୂଳକ ଶିକ୍ଷା ଦେବା ପାଇଁ ରାଜ୍ୟ ସରକାର ଖର୍ଚ୍ଚ ବହନ କରିବେ. ସମଗ୍ର ଦେଶରେ କାଳିଆ ଯୋଜନା ଚର୍ଚ୍ଚାରେ ଥିବା ବେଳେ ନବୀନ ଚାଷୀ ପରିବାରର ପିଲାମାନଙ୍କ ଶିକ୍ଷା ପାଇଁ କାଳିଆ ବୃତ୍ତି ଘୋଷଣା କରିଛନ୍ତି.

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର କେନ୍ଦୁଝର ଓ ମୟୁରଭଂଜ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ. 66 କୋଟି ଟଙ୍କାର 17 ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିଥିବା ବେଳେ 21 ଶହ କୋଟି ଟଙ୍କାର 47ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ. ରାଇରଙ୍ଗପୁରରେ ମିଶନ ଶକ୍ତି ସମାବେଶରେ ଯୋଗଦେଇ ନବୀନ ମହିଳା ସ୍ବଂୟ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରିଥିଲେ.

LEAVE A REPLY

Please enter your comment!
Please enter your name here