ଆସନ୍ତା ୨୮ ତାରିଖରେ ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ ରହିବ । ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଙ୍ଗଠନ ଅଲ ଇଣ୍ଡିଆ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ଆହ୍ୱାନରେ ଦେଶବ୍ୟାପୀ ଏହି ବନ୍ଦ ଡାକରା ଦିଆଯାଇଛି । ଇ-ଫାର୍ମାସି ଜରିଆରେ ଔଷଧ ବିକ୍ରିକୁ ବିରୋଧ କରି ଔଷଧ ଦୋକାନୀମାନେ ଏହି ବନ୍ଦରେ ସାମିଲ ହେବେ । ରାଜ୍ୟର ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ଏହି ବନ୍ଦରେ ସାମିଲ ହୋଇଛି ।
ଇ-ଫାର୍ମାସି ଓ ଅନଲାଇନ ଜରିଆରେ ଔଷଧ ବ୍ୟବସାୟ ହେଲେ ରୋଗୀଙ୍କ ପାଖରେ ଠିକରେ ଔଷଧ ପହଁଞ୍ଚିପାରିବ ନାହିଁ । ଔଷଧର ମାନ ମଧ୍ୟ ପରୀକ୍ଷା କରିବା ସମ୍ଭବ ହେବନାହିଁ । ଅନଲାଇନ ଜରିଆରେ ଜଣେ ବ୍ୟକ୍ତି ନିଶା ଔଷଧ ମଧ୍ୟ ମଗାଇପାରିବ । ଅନଲାଇନ ଜରିଆରେ ବ୍ୟବସାୟ ହେଲେ ଔଷଧ ବ୍ୟବସାୟ ଉପରେ ନିର୍ଭର କରୁଥିବା ଦୋକନୀ ଓ କର୍ମଚାରୀମାନେ ସେମାନଙ୍କର ଜୀବିକା ହରାଇବେ । ଲକ୍ଷ ଲକ୍ଷ ପରିବାର ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here