ବିଧାୟକ, ସାଂସଦଙ୍କ ଦରମା ଓ ଭତ୍ତା ବଢାଇବାରେ ସରକାର କୁଣ୍ଠା ପ୍ରକାଶ କରୁନାହାନ୍ତି. ଯେତିକି ଜନକଲ୍ୟାଣ କାର୍ଯ୍ୟ କରୁଛନ୍ତି, ତାକୁ ବଢେଇଚଢେଇ ଆତ୍ମପ୍ରଚାର କରିବା ପାଇଁ ହଜାର ହଜାର କୋଟି ଟଙ୍କା ପାଣିରେ ପକାଇବା ବେଳେ ଅନୁତାପ କରୁନାହାନ୍ତି. କିନ୍ତୁ ଦେଶର ନ୍ୟାୟିକ ବ୍ୟବସ୍ଥାକୁ ସଜାଡିବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ. ଦେଶର ଆଇନ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ଆମ ଦେଶରେ ପ୍ରତି 10 ଲକ୍ଷ ଲୋକଙ୍କ ପାଇଁ 19 ଜଣ ବିଚାରପତି କାମ କରୁଛନ୍ତି. ସଂସଦରେ ଉପସ୍ଥାପିତ ରିପୋର୍ଟ ଅନୁସାରେ ଜଜ୍ ଓ ପପୁଲେସନ ଅନୁପାତ ହାର ଯଦି ଏଭଳି ସ୍ଥିତିରେ ରହିବ, ସେଠି ଲୋକଙ୍କୁ ନ୍ୟାୟ ମିଳିବ କେମିତି ?

ସବଅର୍ଡିନେଟ କୋର୍ଟ ଗୁଡିକରେ 5748 ଜଣ ବିଚାର ବିଭାଗୀୟ ଅଧିକାରୀଙ୍କ   ଅଭାବ ରହିଥିବା ବେଳେ 24ଟି ହାଇକୋର୍ଟରେ 406ଟି ପଦବୀ ଖାଲି ପଡିଛି. ସେହିପରି ନିମ୍ନ ଅଦାଲତଗୁଡିକରେ 22474 ଜଜ୍ ପଦବୀକୁ ମଂଜୁରୀ ମିଳିଥିବା ବେଳେ କାମ କରୁଛନ୍ତି 16726 ଜଣ. ଉଚ୍ଚ ନ୍ୟାୟାଳୟରେ ଅନୁମୋଦିତ ପଦବୀ ସଂଖ୍ୟା 1079 ଥିବା ବେଳେ 673 ଜଣ ବିଚାରପତି କାର୍ଯ୍ୟ କରୁଛନ୍ତି. ସୁପ୍ରିମ କୋର୍ଟରେ 31ଟି ବିଚାରପତି ପଦକୁ ଅନୁମୋଦନ ମିଳିଥିବା ବେଳେ ଏବେ 6ଟି ପଦବୀ ଖାଲି ରହିଛି. ଏସବୁ ଖାଲି ପଦବୀକୁ ମିଶାଇଲେ ନିମ୍ନ ଅଦାଲତ ଠାରୁ ସର୍ବୋଚ୍ଚ ଅଦାଲତ ପର୍ଯ୍ୟନ୍ତ ମୋଟ 6160ଟି ପଦବୀ ଖାଲି ପଡିଛି. 1987ରେ ଲ କମିଶନ ପ୍ରତି 10 ଲକ୍ଷ ଲୋକଙ୍କ ପାଇଁ ବିଚାରପତିଙ୍କ 10 ରୁ 50କୁ ବୃଦ୍ଧି କରିବାକୁ ସୁପାରିଶ କରିଥିଲେ. ମାତ୍ର ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ. ବିଚାରପତି ପଦବୀ ପୂରଣ କରାଯାଉନଥିବା ଯୋଗୁ ଅଧସ୍ତନ ଓ ନିମ୍ନ ଅଦାଲତଗୁଡିକରେ ଏବେ 2କୋଟି 76 ଲକ୍ଷ 74 ହଜାର 499 ମୋକଦ୍ଦମା ବିଚାର ଅପେକ୍ଷାରେ ରହିଛି.

LEAVE A REPLY

Please enter your comment!
Please enter your name here