ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସନ୍ତା ଫେବ୍ରୁଆରୀ ୩ରେ ଓଡିଶା ଗସ୍ତରେ ଆସିବେ । ସେ ପୁରୀରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାସହ ବିଜେପି ଅଧ୍ୟକ୍ଷ ଦଳର ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧବେଶନରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତା ଫେବୃଆରୀ ୨ ଓ ୩ରେ ଦୁଇ ଦିନ ଧରି ପୁରୀରେ ରାଜ୍ୟ ବିଜେପିର ଜନଜାତି ମୋର୍ଚ୍ଚା ଅଧିବେଶନ ଚାଲିବ । ପ୍ରଥମ ଦିନ ଅଧିବେଶନରେ ୫ ହଜାର ଜନଜାତି ପ୍ରତିନିଧି ଯୋଗଦେବେ । ସେହିପରି ୨ୟ ଦିନ ଅମିତ ଶାହାଙ୍କ ସମାବେଶରେ ୧ ଲକ୍ଷ ଆଦିବାସୀ ଯୋଗ ଦେବେ । ଏହି ଆଦିବାସୀଙ୍କୁ ସମ୍ବୋଧିତ କରିବେ ଅମିତ । ଏନେଇ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ ସୂଚନା ଦେଇଛନ୍ତି ।

ସୁଚନାଅନୁସାରେ  ଆସନ୍ତା ୩ ତାରିଖ ପୂର୍ବରୁ ଆସନ୍ତାକାଲି ଅମିତ ଶାହା ଓଡିଶା ଆସୁଛନ୍ତି । ସେ କଟକ ସାଲେପୁରରେ ଏକ ଦଳୀୟ ଜନସଭାକୁ ସମ୍ବୋଧିତ କରିବେ ।

LEAVE A REPLY

Please enter your comment!
Please enter your name here