ମାଲକାନଗିରି ଜିଲ୍ଲା ଅର୍କେଲ ପୋଲିସ ଦ୍ୱାରା ୧୬୫ କେଜି ଗଂଜେଇ ଜବତ ହୋଇଛି । ରବିବାର ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଜଗଦୀଶ ବାରାଙ୍କ ନିଦେ୍ର୍ଦଶ କ୍ରମେ ଅର୍କେଲ ପୋଲିସ କତାପାଲି ଜଙ୍ଗଲରେ ତଲାସୀ ଅରମ୍ଭ କରିଥିଲେ । ଏହି ସମୟରେ ୫ ଜଣ କାଉଡିଆ କଉଡ଼ି ସାହାଯ୍ୟରେ ଗଂଜେଇ ନେବାର ଦେଖିବାକୁ ମିଳିଥିଲା । ପୋଲିସ ୪ ଜଣ ଗଂଜେଇ କାଉଡ଼ିଆଙ୍କୁ କାବୁ କରିଥିବା ବେଳେ ଜଣେ ଫେରାର ହୋଇଯାଇଥିଲା। ଏହି ଗଂଜେଇ ମାଲକାନଗିରି ଜିଲ୍ଲାରୁ ଛତିଶଗଡ଼କୁ ଚାଲାଣ ହେଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଜବତ ଗଂଜେଇର ମୂଲ୍ୟ ୩ଲକ୍ଷରୁ ଅଧିକ ହେବ ବୋଲି ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here