ରାଜ୍ୟରେ ଆଉ ୩ ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ, ମୟୂରଭଞ୍ଜ ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା କଟକରେ ୩ଜଣ ଆକ୍ରାନ୍ତ ହୋଇଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି ଓ ଏବେ ବି ୨ଟି ଆକ୍ଟିଭ କେଶ ରହିଛି। ମୟୁରଭଞ୍ଜରେ ୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଯାଜପୁରରେ ୬୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୫୯ ଜଣ ଆକ୍ଟିଭ କେଶ ରହିଛି। ଆଜି ସକାଳେ ୧୪ ଜଣ ଓ ଅପରାହ୍ଣରେ ୩ ନୂଆ ପଜିଟିଭକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୪କୁ ବୃଦ୍ଧି ପାଇଛି ଓ ୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଆଜି କରୋନାରୁ ୧୭ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୮୫ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here