ସୁବାଷ ଚୌହାନଙ୍କ ପରଲୋକ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧକ୍ଷ୍ୟ ସୁବାଷ ଚୌହାନଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱରରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ୫୪ ବର୍ଷ ବୟସରେ ସୁବାଷଙ୍କ ପରଲୋକ ଘଟିଛି । ଲିଭର କ୍ୟାନସରରେ ପୀଡ଼ିତ ଥିବାରୁ ସେ ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ସେଥି ପାଇଁ ତାଙ୍କୁ ଗତ କିଛି ଦିନ ପୂର୍ବରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଙ୍କ ସମସ୍ତ ଉଦ୍ୟମ ବିଫଳ ହେବା ପରେ ସୁବାସ ଚୌହାନ ଆଜି ଭୋର ସକାଳୁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

LEAVE A REPLY

Please enter your comment!
Please enter your name here