ପିଆଜ ତାଉ ନ କମୁଣୁ ଭାଉ ଖାଇଲାଣି ଆଳୁ । ମାତ୍ର ୨ ସପ୍ତାହ ତଳେ କିଲୋ ୧୮ରୁ ୨୦ଟଙ୍କା ଥିଲା । ହେଲେ ଏବେ ଖୁଚୁରା ବଜାରରେ କେଉଁଠି ୨୮ ତ ଆଉ କେଉଁଠି ୩୦ ଟଙ୍କାରେ ବିକ୍ରି ଚାଲିିଛି । ଇଏ ହେଉଛି ରାଜଧାନୀର ୧ ନମ୍ବର ପରିବା ମାର୍କେଟ । ରାଜଧାନୀର ଏକ ନମ୍ବର ହାଟରେ ଆଳୁ କିଲୋପିଛା ଦର ୨୫ ଟଙ୍କା ଉପରେ ଥିବାବେଳେ ପିଆଜ ଦର ରହିଛି୯୦ ଟଙ୍କା । ତେଣେ ରୋଷେଇଶାଳର ସବୁଠୁ ଅତ୍ୟାବଶ୍ୟକ ପରିବା ଆଳୁର ହଠାତ୍ ଦର ବୃଦ୍ଧି ପକେଟକୁ ବାଧୁଛି ବୋଲି କହିଛନ୍ତି ଗ୍ରାହକ । ପିଆଜ ପରେ ଆଳୁ ଭାଉ ଦେଖି ଆଗକୁ ଆଉ ପରିବା ଖାଇହେବ କି ନାହିଁ ବୋଲି କେହି କେହି ଶଙ୍କା ପ୍ରକାଶ କଲେଣି । ପ୍ରଶ୍ନ ଉଠୁଛି ଯେଉଁ ସମୟରେ ବଜାରରେ ଆଳୁ ଗଦା ହେବା କଥା ସେତେବେଳେ ହଠାତ୍ କାହିଁକି ବଢି ବଢି ଚାଲିଛି ରେଟ୍ । ବଜାରକୁ ନୂଆ ଆଳୁ ଏଯାଏଁ ଆସିନି । ସାଧାରଣତଃ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଓଡିଶାର ଚାହିଦା ମେଂଟାଇଥାଏ । ପୂର୍ବରୁ ଆଳୁ ସଂକଟ ଦେଖାଦେଇଥିବା ବେଳେ ସରକାର ଘନ ଘନ ବୈଠକ କରି ଭବିଷ୍ୟତରେ ଏହାର ପୁନରାବୃତି ହେବନି ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here