ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ମହାମାରୀ କରୋନା । ଆଜି ପୁଣି କରୋନାରେ ଆଖି ବୁଜିଛନ୍ତି ୪ ଜଣ । ଗଞ୍ଜାମରୁ ୨, ଗଜପତି ଓ ଅନୁଗୁଳରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ଗଞ୍ଜାମର ୨ ମୃତକ ପୁରୁଷ , ତାଙ୍କର ବୟସ ରହିଛି ୫୭, ୬୦ ବର୍ଷ । ଗଜପତିର ୫୬ ବର୍ଷୀୟ ପୁରୁଷ ଓ ଅନୁଗୁଳର ୬୬ ବର୍ଷୀୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି । ଗଞ୍ଜାମରେ ଆଜି ଦୁଇଜଣଙ୍କର ମୃତ୍ୟୁ ସହ ସଂଖ୍ୟା ୫୦ ଛୁଇଁଛି । ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ଭିନ୍ନ ଦର୍ଶାଇଲେ ସରକାର । ଯାଜପୁରର ୬୨ ବର୍ଷୀୟା ମହିଳାଙ୍କ ମୃତ୍ୟୁର କାରଣ ଭିନ୍ନ । ଭଦ୍ରକର ୫୫ ବର୍ଷୀୟ ପୁରୁଷଙ୍କର ମୃତ୍ୟୁର କାରଣ ମଧ୍ୟ ଭିନ୍ନ । କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ କାରଣରୁ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୩କୁ ବଢିଲା । ସେହିପରି ଆଜି ରାଜ୍ୟର ୨୪ ଜିଲ୍ଲାରୁ ୭୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୧୮ ମଧ୍ୟରୁ କ୍ୱାରେଣ୍ଟିନରୁ ୪୭୯ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୨୩୯ ରହିଛି । ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୧୬ ହଜାର ୧୧୦କୁ ବୃଦ୍ଧି ପାଇଛି । କରୋନାରୁ ସୁସ୍ଥ ହେଲେଣି ୧୦,୮୭୭ ଏବଂ ଆକ୍ଟିଭ୍ କେସ୍ ରହିଛି ୫୧୨୪ । ଆଜି ମଧ୍ୟ ଗଞ୍ଜାମରୁ ସର୍ବାଧିକ ୨୩୧ ଏବଂ ଖୋର୍ଦ୍ଧାରୁ ୧୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲକାନଗିରି-୫୪, କଟକ-୩୨, କେନ୍ଦୁଝରରରୁ ୨୮ , କୋରାପୁଟ-୨୭, ଝାରସୁଗୁଡା-୨୪, ମୟୂରଭଞ୍ଜ-୨୨, ଗଜପତି-୨୧, ରାୟଗଡା-୧୯, ଜଗତସିଂହପୁର-୧୬, ନୟାଗଡ-୧୩, ଭଦଷ୍ଠଳ ଓ ସୁନ୍ଦରଗଡରୁ ୧୦ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ , ବାଲେଶ୍ୱର ଓ ପୁରୀରୁ ୯ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଓ ସମ୍ବଲପୁରରୁ ୭ ଲେଖାଏଁ , ଢେଙ୍କାନାଳ- ୬,ସୋନପୁର-୫, କେନ୍ଦ୍ରାପଡା ଓ ବରଗଡରୁ ୪ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁରରୁ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here