ଭାରତର ପୁଣି ତାରିଫ କଲେ ବିଲ ଗେଟ୍‌ସ । “ପୁରା ଦେଶରେ କରୋନା ରାଜ୍ କରୁଥିଲେ ମଧ୍ୟ ଇଣ୍ଡିଆର ଫାର୍ମାସ୍ୟୁଟିକାଲ କମ୍ପାନି ଏତେ ସୁଦୃଢ ଅଛି ଯେ, ନିଜ ଦେଶର ଚାହିଦା ମେଣ୍ଟାଇବା ସହ ପୁରା ବିଶ୍ୱକୁ କରୋନା ଭାକ୍ସିନ୍ ପଠାଇପାରିବ” ବୋଲି ବିଲ୍ ଗେଟ୍‌ସ୍ କହିଛନ୍ତି । ଫାର୍ମାସ୍ୟୁଟିକାଲ କମ୍ପାନି କରୋନା ଭାକ୍ସିନ୍ ବାହାର କରିବାରେ ଦିନ ରାତି ଏକ କରିଦେଇଛନ୍ତି ବୋଲି ଡ଼ିସକୋଭରି ପ୍ଳସ୍‌ରେ ଗୁରୁବାର ଦିନ ଉଙଠଓଊ-୧୯: ଓଦ୍ଭୟସବ\’ଗ୍ଦ ଡବକ୍ସ ଇଶବସଦ୍ଭଗ୍ଦଗ୍ଧ ଞଷର ଠସକ୍ସଙ୍କଗ୍ଦ ସୋ ରେ କହିଛନ୍ତି ବିଲ ଗେଟ୍‌ସ୍ । ତାଙ୍କ ମତରେ ଭାରତ ପାଖରେ ବହୁତ କ୍ଷମତା ଅଛି, ଭାରତ ପାଖରେ ବହୁତ ଓøଷଧ ଓ ଭାକ୍ସିନ୍ କମ୍ପାନୀ ଅଛି । ବିଶ୍ୱରେ ସବୁଠୁ ଅଧିକ ଭାକ୍ସିନ୍ ବନେଇବାର ଶକ୍ତି ଭାରତ ପାଖରେ ଅଛି, ସେଥିରେ ସିରମ ଇନଷ୍ଟିଚ୍ୟୁଟ ସବୁଠୁ ବଡ କଂପାନୀ । ଭାରତରେ ବାୟୋଟେକ୍ କମ୍ପାନି ପରି ଆଉ ଅନ୍ୟ କମ୍ପାନି ମଧ୍ୟ ଅଛି ଯେଉଁମାନେ ଭାକ୍ସିନ୍ ବନେଇବା ପାଇଁ ବିଭିନ୍ନ କମ୍ପାନି ମାନଙ୍କୁ ସାହାଯ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here