ଦୈତ ନଗରୀରେ ପୋଲିସ କର୍ମଚାରୀଙ୍କ ଲାଗି ନିର୍ଦ୍ଦେଶନାମା ଜାରି । ନିଜକୁ ଫିଟ୍ ନରଖିଲେ ବେତନ ବୃଦ୍ଧି ନହେବା ସାଙ୍ଗକୁ ସ୍ୱାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇପାରେ । ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଆସନ୍ତା ସପ୍ତାହ ମଧ୍ୟରେ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମପାଯିବ । କର୍ମଚାରୀଙ୍କ ବୟସ ଓଚ୍ଚତା ଅନୁସାରେ ଆନୁପାତିକ ଓଜନ ସେମାନଙ୍କର କେତେ ରହିଛି ମପାଯିବ । ପରବର୍ତ୍ତୀ ସମୟରେ ସେମାନଙ୍କର ଓଜନ କେତେ ରହିଛି ଏବଂ କେତେ ରହିବା କଥା ସେନେଇ ମଧ୍ୟ ଜଣାଇ ଦିଆଯିବ । ସାଧାରଣରେ ୧୯ରୁ ୨୫ ପର୍ଯ୍ୟନ୍ତ ବିଏମଆଇ ସ୍ୱାଭାବିକ, ୩୦ ବିଏମଆଇ ହେଲେ ମେଦ ବହୁଳତା ଧରାଯାଏ । ତେଣୁ କରୋନା ଭଳି ମହାମାରୀ ସମୟରେ ପୋଲିସ କର୍ମଚାରୀ ଓ ଅଧିକାରୀ ସୁସ୍ଥ,ସବଳ ଓ କର୍ମଠ ହେବା ନେଇ ଆବଶ୍ୟକତା ରହିଛି । ତେଣୁ ପୋଲିସ କର୍ମଚାରୀ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ଆବଶ୍ୟକତା ରହିଛି । ଯେଉଁମାନେ ଆଦେଶକୁ ଗୁରୁତ୍ତ୍ୱ ଦେବେନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here