ଧିରେ ଧିରେ ବଢିବାରେ ଲାଗିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା କବଳରୁ ଦୂରରେ ରହିବାକୁ ଗଲେ ବୁଷ୍ଟର ଡୋଜ୍ ନିହାତି ଆବଶ୍ୟକ । ତେଣୁ ଜୁଲାଇ ୧୫ରୁ ମାଗଣାରେ ଦିଆଯିବ କରୋନା ପ୍ରିକସନ୍ ଡୋଜ୍ ଟିକା । ୧୮ରୁ ଅଧିକ ବୟସ ବର୍ଗଙ୍କୁ ମାଗଣାରେ ଦିଆଯିବ ପ୍ରିକସନ ଡୋଜ୍ । ସମସ୍ତ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ମିଳିବ ପ୍ରିକସନ୍ ଡୋଜ୍ । ୭୫ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି । ‘ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଦିଆଯିବ ମାଗଣା ଟିକା । କେନ୍ଦ୍ର ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here