ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀ ମୃତ୍ୟୁ ଘଟଣାରେ ୩ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ । ନିଜ ଦାୟିତ୍ୱରେ ଅବହେଳା କରିଥିବାରୁ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ହାତୀଙ୍କ ମୃତ୍ୟୁ ପଛରେ ସେମାନେ ହିଁ ଦାୟୀ ବୋଲି ଦର୍ଶାଇ କ୍ରାଇମ୍‌ବ୍ରାଞ୍ଜ ସେମାନଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୩ ଅଧିକାରୀ ହେଲେ ସେସୁର ବହିଷ୍କୃତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି, ମେରାମଣ୍ଡଳୀ ସେକ୍ସନ ଫରେଷ୍ଟର ପ୍ରଭାକର ରଣା ଓ ମେରାମଣ୍ଡଳୀ ବିଟ୍ ଫରେଷ୍ଟ ଗାର୍ଡ ଗିରିଶ ଦେହୁରୀ । ପୂର୍ବରୁ ହାତୀ ମୃତ୍ୟୁ ନେଇ ବନ ବିଭାଗ ଓ ସେସୁ ମଧ୍ୟରେ କଥା କଟାକଟି ହୋଇଥିଲା । ବନବିଭାଗ ପକ୍ଷରୁ ସେସୁକୁ ଦାୟୀ କରାଯାଇଥିଲା । ବନ ବିଭାଗ ଅଭିଯୋଗ କରିଥିଲା ଯେ, ୧୮ ଫୁଟ୍‌ ଉଚ୍ଚତାରେ ଯିବା କଥା ବିଦ୍ୟୁତ ତାର, କିନ୍ତୁ ତାହା ୮ ଫୁଟ୍‌ ଉଚ୍ଚରେ ଯାଇଥିଲା । ଏନେଇ ସେସୁକୁ ବନବିଭାଗ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିଲା ସେସୁ ।

    ଗତ ୨୭ ତାରିଖ ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ୭ଟି ହାତୀର ମୃତ୍ୟୁ ଘଟିଥିଲା । ଏହି ମାମଲାର କ୍ରାଇମବ୍ରାଂଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ୫ଟି ମାମଲା ରୁଜୁ କରିଥିଲା ।

LEAVE A REPLY

Please enter your comment!
Please enter your name here