ଶନିବାର ତୃତୀୟ ଥର ପାଇଁ ବିଧାନସଭା ପରିସରରେ ଗୃହକମିଟି ସମ୍ମୁଖରେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି ଅଭିଜିତ ଆୟାର ମିତ୍ର । ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଗୃହକମିଟ ସମ୍ମୁଖରେ ହାଜର ହୋଇ ଶ୍ରୀ ମିତ୍ର ଏହି ସତ୍ୟପାଠ ଦାଖଲ କରିଛନ୍ତି। ଗତକାଲି ଗୃହକମିଟି ଆଗରେ ଅଭିଜିତ ହାଜର ହୋଇଥିଲେ ମଧ୍ୟ ସତ୍ୟପାଠ ଦାଖଲ କରି ନ ପାରିବାରୁ, ଆଜି ତାଙ୍କୁ ପୁଣି ଥରେ ହାଜର ହୋଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଆଜି ଅଭିଜିତ ଗୃହକମିଟି ସମ୍ମୁଖରେ ହାଜର ହୋଇ ସତ୍ୟପାଠ ଦାଖଲ କରିବା ପରେଏହି ଘଟଣାନେଇ ଗୃହ କମିଟିର ବୈଠକ ଜାରି ରହିଛି।

ସୁଚନାଅନୁସାରେ, କୋଣାର୍କ ସୂର୍ୟ୍ୟମନ୍ଦିର, ଓଡ଼ିଶା ଓ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କ ବିରୋଧରେ କୋଣାର୍କ ଥାନାରେ ମାମଲ ରୁଜୁ ହୋଇଥିବା ବେଳେ ଓଡ଼ିଶା ବିଧାନସଭାରେଏ ନେଇ ଆଲୋଚନା କରାଯାଇ ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ହୋଇଥିଲା । ଏଥିପାଇଁ ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଗୃହ କମିଟି ଗଠନ କରାଯାଇଥିଲା । ଗତ ଅକ୍ଟୋବର ମାସ ୧୧ ତାରିଖରେ ଅଭିଜିତଙ୍କୁ ଗୃହକମିଟି ସମ୍ମୁଖରେ ହାଜର ହେବାକୁ ନିଦେ୍ର୍ଦଶ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here