ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ୨୮୧୯ କରୋନା ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟିନରୁ ୧୬୯୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୧୨୮ । ମୋଟ ପଜିଟିଭ ସଂଖ୍ୟା ୭୧, ୫୩୭ । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୧୦୫, ବରଗଡ-୧୩୬, ଭଦ୍ରକ-୭୭, ଅନୁଗୁଳ-୨୩, ଭଦ୍ରକ-୭୭, ବଲାଙ୍ଗୀର-୫୬, ବୌଦ୍ଧ-୬, କଟକ-୨୫୭, ଢେଙ୍କାନାଳ-୧୦୦, ଗଜପତି-୬୨, ଗଞ୍ଜାମ-୧୯୨, ଜଗତସିଂହପୁର-୧୪୮, ଯାଜପୁର-୧୨୦, ଝାରସୁଗୁଡା-୧୭୩, କଳାହାଣ୍ଡି-୫୫, କନ୍ଧମାଳ-୪୪, କେନ୍ଦ୍ରାପଡା-୬୨, କେନ୍ଦୁଝର-୭, କୋରାପୁଟ-୮୧, ମାଲକାନଗିରି-୮୩, ମୟୂରଭଞ୍ଜରୁ ୨୧୯, ନବରଙ୍ଗପୁର-୪୩, ନୟାଗଡ-୬୪, ନୂଆପଡା-୧, ପୁରୀ-୧୦୯, ରାୟଗଡା-୧୪୭, ସମ୍ବଲପୁର-୧୪୫, ସୋନପୁର-୧୪, ସୁନ୍ଦରଗଡରୁ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ରାଜ୍ୟରେ ଆଜି ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ୩ ଓ ସୁନ୍ଦରଗଡରୁ ୨ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ବଲାଙ୍ଗିର, ଗଞ୍ଜାମ, ମାଲକାନଗିରି ଓ ରାୟଗଡାରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । କଟକର ୩ ମୃତକଙ୍କ ମଧ୍ୟରେ ୨ ମହିଳା, ସେମାନଙ୍କ ବୟସ ୫୧ ଓ ୭୦ ବର୍ଷ ।

LEAVE A REPLY

Please enter your comment!
Please enter your name here