ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ । ବିଜେଡି ସ୍ୱତନ୍ତ୍ର ରଣନୀତି ସହିତ ପ୍ରଚାରକୁ ସରଗରମ କରୁଛି । ଦଳୀୟ ନେତା ଓ କର୍ମୀଙ୍କ ସହ ଡୋର ଟୁ ଡୋର କ୍ୟାମ୍ପେନିଂ ଚଳାଇଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ । ଲୋକାଭିମୁଖି ଯୋଜନାକୁ ଆଧାର କରି ଲୋକଙ୍କ ପାଖକୁ ଯାଉଛି ବିଜେଡି । ରୀତାଙ୍କ ପାଇଁ ପ୍ରଚାର କରିବାକୁ ବିଜେପୁରରେ ଡେରା ପକାଇଛନ୍ତି ବିଜେଡିର ହେବିୱେଟ ନେତା । ଆସନ୍ତା ୧୭ ଓ ୧୮ ଦୁଇ ଦିନ ଧରି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ରୋଡ ସୋରେ ରୀତାଙ୍କ ପାଇଁ ଭୋଟ ମାଗି ପାରନ୍ତି ନବୀନ । ସେହିଭଳି କଂଗ୍ରେସ ବି ପ୍ରଚାର ଯୁଦ୍ଧକୁ ଜୋରଦାର କଲାଣି । ଘରକୁ ଘର ବୁଲୁଛନ୍ତି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା । ଆଗକୁ ପିସିସି ସଭାପତି ଓ ଦଳର ବରିଷ୍ଠ ନେତାମାନେ ବିଜେପୁରରେ ଦିଲ୍ଲୀପଙ୍କ ପାଇଁ ଭୋଟ ମାଗିବେ । ମତଦାନକୁ ମଝିରେ ଆଉ ୧୦ ଦିନ ଥିବାବେଳେ ପ୍ରଚାର ଯୁଦ୍ଧ ଏବେ ଜୋରଦାର । \n\n

LEAVE A REPLY

Please enter your comment!
Please enter your name here