ଆହାର ଖାଇଲେ ୫ଟି ସଚିବ । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆହାର କେନ୍ଦ୍ରରେ ୫ ଟଙ୍କିଆ ଭାତ ଡାଲମା ଖାଇଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍ । ତେବେ ସବୁଠାରୁ ବଡ଼ କଥା ହେଲା ଜଣେ ସାଧାରଣ ଲୋକ ପରି ଖାଇବା ପାଇଁ ଧାଡ଼ିରେ ମଧ୍ୟ ଛିଡ଼ାହୋଇଥିଲେ ପାଣ୍ଡିଆନ୍ । କେବଳ ୫ଟି ସଚିବ ନୁହଁନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଆହାର କେନ୍ଦ୍ରରେ ଛିଡ଼ା ହୋଇ ଆହାର ଖାଇଲେ । ଆହାର ଖାଇବା ସହ ଆହାର କେନ୍ଦ୍ରର ଖାଦ୍ୟର ମାନ,ପରିମାଣ ଓ ସ୍ୱଚ୍ଛତା ବିଷୟରେ ପଚାରି ବୁଝିଛନ୍ତି ୫ଟି ସଚିବ । ଲୋକଙ୍କ ସହ ଛିଡ଼ା ହୋଇ ଆହାର ଖାଇବା ପରେ ଟଙ୍କା ମଧ୍ୟ ଦେଇଛନ୍ତି । କନ୍ଧମାଳରେ ୫ଟି ସଚିବ ଭି .କାର୍ତ୍ତିକେୟନ ପାଣ୍ଡିଆନ୍ ଫୁଲବାଣି ମୁଖ୍ୟ ଚିକିତ୍ସାଳୟରେ ମୋ ସରକାରର ସମୀକ୍ଷା କରିଛନ୍ତି । ରୋଗୀସେବା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ରୋଗୀଙ୍କୁ ସରକାରଙ୍କ ସମସ୍ତ ସୁବିଧା, ସୁଯୋଗ , ଉତ୍ତମ ବ୍ୟବହାର ନେଇ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଥମେ ଶିଶୁ ରୋଗ ୱାର୍ଡ , ସର୍ଜରୀ ଏବଂ ପରେ ଅନ୍ୟ ବିଭାଗ ବୁଲି ଦେଖିଛନ୍ତି ସଚିବ । ୫ଟି ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି , ଏନ୍ ଏଚ୍ ନିର୍ଦ୍ଧେଶିକା , କନ୍ଧମାଳ ଏସପି ଉପସ୍ଥିତ ଥିଲେ । ଗତ ଦୁଇ ଦିନ ଧରି କୋରାପୁଟ,ଏବଂ କଳାହାଣ୍ଡିର ବିଭିନ୍ନ ଡାକ୍ତରଖାନା ପରିଦର୍ଶନ କରି ସ୍ୱାସ୍ଥ୍ୟସେବାର ସମୀକ୍ଷା କରିଛନ୍ତି ୫ଟି ସଚିବ

LEAVE A REPLY

Please enter your comment!
Please enter your name here