2024 ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ଆଜି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ରାଜଧାନୀ ଭୁବନେଶ୍ବରରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ବରମୁଣ୍ଡା ପଡିଆରେ ବିଜେଡି ଛାତ୍ର, ଯୁବ ଓ ମହିଳା ସମାବେଶ ଆୟୋଜନ କରିଥିବା ବେଳେ ଜନତା ମଇଦାନରେ ବିଜେପି ଆୟୋଜନ କରିଛି ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମାବେଶ । ବିଜେପିର ସମାବେଶରେ ଦଳର ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡା ଯୋଗଦେଇଛନ୍ତି । ସେହିପରି ବିଜେଡି ଆସନ୍ତା ଅକ୍ଟୋବର 2 ତାରିଖରୁ ଆରମ୍ଭ କରିବାକୁ ଯାଉଥିବା ଜନସଂପର୍କ ପଦଯାତ୍ରାରେ ଛାତ୍ର, ଯୁବ, ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ଦଳର ବରିଷ୍ଠ ନେତା, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମନ୍ତ୍ର ପ୍ରଦାନ କରିବେ । ଦୁଇ ଦଳର ରାଜନୈତିକ କାର୍ଯ୍ୟକ୍ରମକୁ ନେଇ ଆଜି ରାଜଧାନୀ ଭୁବନେଶ୍ବରରେ ପରିବେଶ ସରଗରମ ହୋଇଯାଇଛି ।

ରାଜ୍ୟରେ ବିଜେଡି ଏକ ନମ୍ବର ଦଳ ଭାବେ ସ୍ଥିତି ବଜାୟ ରଖିଥିବା ବେଳେ 2024 ନିର୍ବାଚନରେ ବିଜେଡି ଠାରୁ କ୍ଷମତା ଛଡାଇ ନେବା ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି । ଏହା ମଧ୍ୟରେ ବିଜେଡିର ଭୋଟହାର ବୃଦ୍ଧି ହୋଇଥିବାରୁ ଦଳୀୟ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ନିର୍ବାଚନ ପାଇଁ ଏବେଠାରୁ ରଣନୀତି ନିର୍ଦ୍ଧାରଣ କରି ଯୋଜନାବଦ୍ଧ ଭାବେ ନିର୍ବାଚନ ଲଢିବା ପାଇଁ ବିଜେପି କୌଶଳ ସ୍ଥିର କରିବାକୁ ଯାଉଛି ।

ଅନ୍ୟପକ୍ଷରେ ବିଜେଡି ଆସନ୍ତା ନିର୍ବାଚନରେ ରାଜ୍ୟକୁ ବିରୋଧୀ ମୁକ୍ତ କରି ଶତ ପ୍ରତିଶତ ଆସନ ଦଖଲ କରିବାକୁ ଯୋଜନା ତିଆରି କରିଛି ।

LEAVE A REPLY

Please enter your comment!
Please enter your name here