ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ସଂକଳ୍ପ ପତ୍ର ପ୍ରକାଶ କରିଛି । ଏହି ସଂକଳ୍ପପତ୍ରରେ ବିଜେପି ପୁଣି ମାଗଣା ରାସନର ଲୋଭ ଦେଖାଇଛି । ଆସନ୍ତା ପାଞ୍ଚବର୍ଷ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣା ରାସନ ମିଳିବ ବୋଲି ବିଜେପି କହିଛି । ମୋଦି କୀ ଗ୍ୟାରେଣ୍ଟି 2024 ନାଁରେ ପ୍ରକାଶିତ ଏହି ସଂକଳ୍ପପତ୍ରରେ ଦଳ ଦେଶର ଗରିବ ଭୋଟରଙ୍କୁ ପାଞ୍ଚବର୍ଷ ଯାଏଁ ମାଗଣା ରାସନ ଦେବାର ଲୋଭ ଦେଖାଇଛି । ସଂକଳ୍ପପତ୍ରରେ ଗରିବ (G), ଯୁବା (Y), ଅନ୍ନଦାତା (A) ଏବଂ ନାରୀଙ୍କ ବିକାଶ (N) ପାଇଁ ସ୍ବପ୍ନ ଦେଖାଇଛି । ସଂକଳ୍ପପତ୍ର ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏଥର ଫୋକସରେ ରହିଛି, ଡିଗନିଟୀ ଅଫ ଲାଇଫ ଓ କ୍ୱାଲିଟୀ ଅଫ୍ ଲାଇଫ । ଦଳ କ୍ଷମତାକୁ ଆସିଲେ ପାଞ୍ଚଲକ୍ଷ ମହିଳାଙ୍କୁ କୋଟିପତି ଦିଦି କରିବାକୁ ଯୋଜନା ରଖିଛି । ସେହିପରି ଦେଶର ଚାଷୀ. ଯୁବବର୍ଗଙ୍କ ବିକାଶ ପ୍ରାଥମିକତା ରହିବ ବୋଲି ମୋଦି କହିଛନ୍ତି ।

LEAVE A REPLY

Please enter your comment!
Please enter your name here