ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେସନ । ଅଧିବେସନ ଆରମ୍ଭରେ ସଂସଦର ସେଣ୍ଟ୍ରାଲ ହଲରେ ଉଭୟ କକ୍ଷକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଂସଦକୁ ଉଦବୋଧନ ଦେଇ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି, ଆଗାମୀ 25 ବର୍ଷକୁ ଦୃଷ୍ଟିରେ ରଖି ମୋ ସରକାର କାର୍ଯ୍ୟ କରୁଛି । କରୋନା ସମୟରେ ସରକାରଙ୍କ ସଫଳତାକୁ ସମଗ୍ର ବିଶ୍ବରେ ଉଲ୍ଲେଖନୀୟ ବୋଲି ବର୍ଣ୍ଣନା କରି ରାଷ୍ଟ୍ରପତି କହିଛନ୍ତି, କରୋନାକୁ ମୋ ସରକାର କେବଳ ସଫଳତାର ସହ ମୁକାବିଲା କରିନି, ବରଂ 180 ଟି ଦେଶକୁ ଭାରତୀୟ ଫାର୍ମା କଂପାନୀ ଔଷଧ ଯୋଗାଇ ସମଗ୍ର ବିଶ୍ବରେ ଚର୍ଚ୍ଚାକୁ ଆସିଛି ।

ସେହିପରି ଖାଦ୍ୟ ନିରାପତ୍ତା ଓ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ସରକାର ଧ୍ୟାନ ଦେଉଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି । ଆତ୍ମନିର୍ଭର ଭାରତ ପାଇଁ ଶିକ୍ଷାନୀତିରେ ପରିବର୍ତ୍ତନ କରାଯାଇଛି । ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ସମଗ୍ର ବିଶ୍ବରେ ଏବେ ଭାରତରେ ସବୁଠୁ ଅଧିକ ମୋବାଇଲ ଫୋନ ଉତ୍ପାଦନ ହେଉଛି ।

ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ମେକ୍ ଇନ ଇଣ୍ଡିଆକୁ ସରକାର ଗୁରୁତ୍ବ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here